Art & Culture, Entertainment, Home

ଖେଂଜେଡ଼: ସାକେତ

Spread the love

ପାଏନ ବସେଇକରି ଚଉଲ ଧୁଇଲାବେଲୁ ଏକସରଲଗ ଘମଡ ଲଗେଇଛେ ନ ତାର ମାଁ ନ ।
“ମାଁ ଗୋ, ଖେଂଜେଡ ଦେଖିଜିମିଁ ହେଁ, ହେଁ ଗୋ ମାଁ । ଆମନିଗା, ଖେଂଜଡ ଦେଖିଜିମିଁ ଗା, ହେଁ, ହେଁ, ଗୋ ।”
“କେଁ ହେଲାରେ, କିଏ ପିଟଲାରେ ଆମର ବାବୁକେ ।” ଉଏଲବାରୁ ଫିରିକରି ମଚାତରାନ କୁଦେଲ ରଖିଦେଇ ପୁଓକେ ସଉକ କଲା ମେଘ ।
“କେନକେ ପରେଜେ ଖେଂଜେଡ ଦେଖିଜିବା ମାଁ ।” ପାଏନ ଘୁଡାକୁ ଦଉନ ଦଉନ କହେଲା ବିଦୁର ମାଁ ।
“ଖେଂଜେଡ ଦେଖିଜିବା, ହଁ ହଁ ତୁମପର ତୁମପର ଜିମାଁ । ଇହାଦେ ଉତ୍ରିଛନ ପାଟିଟେ । ଆମବୁରେଇନ ଡେରାକରିଛନ ।”
ତାର ବା’ ଘୁଡାକୁ ରେତିକରି ଚାହାଭୁଜା ଖଉନ ଖଉନ ବିଦୁ ଆଗତୁରିଆ ଦରପନ ପନିଆଁ ସାଟପେଁଟ ଆନିକରି ତିଆର ହେଇଥାଏନ । ତାର ମାଁ ତ ରିସମି ହଉଛେ, ପଏସା କିଏ ଦେବା ? ଆଇ! ଆଇର କରାଟେ ତାର ଲାଗି ଚାଏରନି, ଆଠନି ଅହରହ ଭରିଛେ ନ ବରଫ, ପା’ରୁଟି, ବମ୍ବେଲଡୁ ଘିନବାର କେ, ଦସରା, ରଥଦୁତିଆ ଦେଖବାରକେ ଆର ଆଏଜ ଖେଂଜେଡ ଦେଖିଜିବା ଜେ ବି । ବିଦୁର ଉସତ ଖୁଓରେ । ତାର ବା’ ପିଠଗୁନା କରି କରି ଖେଂଜେଡ ଦେଖେଇ ନଉଛେ । ବାଟେ ଘାଟେ ଚିହ୍ନାର ଦେଖିକରି ଝନେ-ଅଧେକେ କହି ବି ପକଉଛେ, “ଏ ଦେଖ, ମୁଇଁ ପିଠଗୁନା ହେଇଛେଁ ଗା । ଆମେ ଖେଂଜେଡ ଦେଖି ଜଉଛୁଁ ଗା” ।
ଗାଁ ଖୁଇଲ ପୁରତୁନୁ ହୁଦା ହୁଦା ଛୁଆ । ଗୁଗାତେଲ, ନର୍ଦିତେଲ, ରିଂଗ, ମର୍ଲା କିଂଦ୍ରାତେଲ, ଝୁଲୁମୁନାନୁ ଭୁଜା ଖାଏତେଲ, ଖଂଦ ଧରାଧରି ହେଇ ଚାଲିଛନ ଖେଂଜେଡ ଦେଖି । ଆସର ବନେ ଘଡେ ଜମଲା । ସରଲା କି ଜିଏ ଜେନ୍ତା ତତାପନା ଫିରୁଛନ । କିଏ କେନ୍ତା ଖେଂଜେଡର ଗାଏଲାନୁ ପଦେ ଅଧେ ହୁଁ ହୁଁ ଲାଲା ବି କରୁଥାଏ । ବିଦୁ ତାର ବା’ର ପିଠି ବେତାଲ ବାଗିର ଉଲେଇହେଇ ପଚରଉଥାଏ ।
– କାଏଲକେ ଫେର ଗାଏବେ ଗୋ ?
– ନେଇଁ କାଏଲକେ ଆର ନାଇଁ ଥାନ ନ ।
– କେଁ ହେଲାଜେ ଗୋ ?
– କାଏଲକେ ପଲେଇ ଜିବେ ।
– କେନକେ ପଲେଇ ଜିବେ ଗୋ ?
– ଦୁସରା ଗାଁ ।
– କେନ ଗାଁ ?
– ଜେନ ଗାଁ ନ ବେଲ ବୁଡବା ।
ଖେଂଜେଡମାନେ ସଖାଲୁ ବାହାରବେ, ଦିନ ଜାକର ଚାଲବେ ଆର ଫେର ବେଲବୁଡାକେ ଥାକବେ । ବେଲ ଜେନ ବୁଡବା ସେନ ଡେରା ପକାବେ । ବେଲବୁଡାକେ ଆସର କରବେ । ଗାଁ ଲୁକର ଥାକେନ ମେଟାବେ ଆର ଫେର ସଖାଲ ପାଏଲେ ସେ ଠାନ ଛାଡି ଦେବେ । ବିଦୁ ଝୁମରି ପଡିଥିଲାନ । ବାଟ ଜାକି ଜୁକଜୁକିଆ ପୋକ ସାନିଘାଁଟି ହଉଥିଲେ । ଉଏଲ ବା’ରୁ ଫିରିକରି ଖେଇ ବସଲା ବିଦୁର ବା ।
– ବାବୁଜେ ସୁଇଛେ ?
– ଖୁଓ କେତେ ଫାରସ ଦେଖବ । ସଖାଲୁ କେତେ ଉଠିଛେ କେତେ ନାଇଁ ଆରୁତ ଖେଂଜେଡମାନକର ବାଗିର ଗିତ ଗେଇ ଗେଇ ଉତକିଛେ ଦିନଜାକିର ।
ତାର ଭୁରକୁଟି; ସେ ପିଣାକେ ବଲୁଛ କାଣା ବାଗିର ଜେ ମାଁ, ପେଁ ପେଁ ପେଁ ପେଁ କରି ବଜେ…
– ହାରମନିଅମ ?
– ହଏ ହଏ… ଆର ଗିତ ଗେଇ ଗେଇ ଅମୁଲଡବାକେ ମୁରଦୁଂଗ ବାଗିର ବଜେଜେ ବଜେଜେ କାଣା ଦେଖବ । ଦୁଆର ଜାକିର ହେଟା ଭଉଁର ଭଉଁର କରି କିଂଦ୍ରି କିଂଦ୍ରି କେତେ ନାଚିଛେ । ଗୁଧେଇ ଦେଲିକିଁ ଭାତ ଦୁଇ ଗରସା ଖାଏଲା ଆର ସୁଇଛେ ।
ଖାନାର ସୁଆଦ ଭୁଲିଗଲା ବିଦୁର ବା । ଆଁଚି ଉଁଚାକରି ଗଂଧୁଆ ଖଟେ ପଡୁନ ପଡୁନ ଆଁଏକ ପତା ଲୁମି ହେଲା । ଓଟ ମାନକୁ ଢିଲି, ତମୁ ମାରି ଜିନିସ ପତର ରଖାସଂଗା ସାରୁଥାଏ । ଅଁତରା ଜାଲିକରି ଭାଁ’ରେ ବସଲେ ଖେଂଜେଡମାନେ । ଆମବୁରେଇକେ ଗାଁ ଉଠି ଜେଇଛେ କାଏଁ, ଲୋକ ଗଜଗଜେଇ ଜଉଛନ । ଲୁକେ ତାଲି ମାଏଲେ, ଗାନା ବାଜନା ମୁଲହେଲା । ଲୁକେ ଟଁକା ମାରୁଛନ, ଫରମାଇସ କରୁଛନ, ଭୁଲି ଜଉଛନ ଦିନଜାକିର ଅଥାବିଥା । ତାଲିଜେ ତାଲିଜେ ମାରି ଆନୁଛନ । ଆସର ଚାଲିଛେ ।
– ସୁନୁଛ କାଏଁ, ହଏ ସୁନୁଛ?
ମେଘ ନି ଉଠଲା କି ଟିକେ ହଲେଇଦେଲା ବିଦୁର ମାଁ ।
– ଉଁ,
– ଉଠ, ବାଏରକେ ନି ଜ ନ ?
ପାଏନ ଘୁଡାଖୁ ଆନି ଦେଲା ବିଦୁର ମାଁ ।
ବାଏରକେ ଜିବାରକେ ପଡବା । ଉଏଲ ପଟିକେ ପାଏନ ବଲାବା ଆର ଜାବତ୍ୟକାମ କରବା । ସେ ବିଦୁର ବାଗିର ପିଣାକେ ହାରମନିଅମ କି ଅମୁଲଡବାକେ
ମୁରଦୁଂଗ ବାଗିର ବଜାତା ଜେ ସେ କାଣା ବିଦୁ ଆଏ ?

Previous ArticleNext Article