Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (8)

Spread the love

ଯତ୍ର ମୁହ୍ୟନ୍ତି ସୂରୟଃ
(୧) “ଓଡି଼ଆ ଭାଷାତତ୍ତ୍ୱବିଦ୍ ମାନେ ସମ୍ବଲପୁରୀ ଭାଷାକୁ ଷ୍ଟାଣ୍ଡାର୍ଡ ଓଡି଼ଆ ଭାଷାର ଏକ ଉପଭାଷା ବୋଲି ନିର୍ଣ୍ଣୟ କରିଛନ୍ତି”
(୨) ବରଂ ମୂଳ ଓଡି଼ଆ ଭାଷାରୁ ପରିବର୍ତ୍ତିତ ବା କ୍ଷୟ ପ୍ରାପ୍ତ ତଦ୍ଭବ ଶବ୍ଦ ସମ୍ଭାର ରହିଛି’ । (ଶ୍ରୀ ପ୍ରମୋଦକୁମାର ପାଢ଼ୀ, ସପ୍ତର୍ଷି ମଇ ୧୯୮୨, ପୃଷ୍ଠା ୧୫)
ଏ ଭ୍ରାନ୍ତ ମତ ପ୍ରାୟଃ ସମସ୍ତ ଆଲୋଚକଙ୍କର । ଏ ଉଦ୍ଧୃତି ସଂକ୍ଷିପ୍ତ ସାର, ଅଥଚ ସ୍ପଷ୍ଟ ଥିବାରୁ ସର୍ବ ମତର ପ୍ରତିନିଧି ଭାବେ ଉପରେ ଦିଆଗଲା ।
ଗବେଷଣା ଶବ୍ଦର ଉତ୍ପତ୍ତି ଇତିହାସ ଓ ଅର୍ଥ ଯାହା ଥାଉ, ବର୍ତ୍ତମାନ ଏହା ଇଂଗ୍ଲିଶ Research ଶବ୍ଦର ପ୍ରତିଶବ୍ଦ ରୂପେ ପ୍ରାୟଃ ସବୁ ଭାରତୀୟ ଭାଷାମାନଙ୍କରେ ବ୍ୟବହୃତ ହେଉଛି । ଶବ୍ଦର ଗଠନ ରୁ ହିଁ ଅର୍ଥର ଦ୍ୟୋତନା ହେଉଛି, ଅର୍ଥାତ୍: Search, what has already been searched ଅର୍ଥାତ୍: ଉଦ୍ଦିଷ୍ଟ ବିଷୟର ପୂର୍ବରୁ ଯେତେ ଆଲୋଚନା ହୋଇଥାଉ ପଛେ ନୂତନ ଭାବରେ ତାର ଆଲୋଚନା କରିବା । ପୂର୍ବସୂରୀମାନଙ୍କ ଗବେଷଣା ଲବ୍ଧ ସଂନ୍ଦର୍ଭ ମାନତ ନିଶ୍ଚୟ ଅଧ୍ୟେତବ୍ୟ, ତେବେ ସେମାନଙ୍କ କାର୍ଯ୍ୟପନ୍ଥା ଯୁକ୍ତିତର୍କ ବା ସିଦ୍ଧାନ୍ତ କୁ ଆଧାର ରୂପରେ ଧରି ନ ନେଇ ସମ୍ପୂର୍ଣ୍ଣ ସ୍ୱାଧୀନ ଓ ନିରପେକ୍ଷ ଭାବେ ମୂଳରୁ ଅନୁସନ୍ଧାନ କରିବା ଓ ସ୍ୱାଧୀନ ଭାବେ ସିଦ୍ଧାନ୍ତ ଗ୍ରହଣ କରିବା ହିଁ ଏ ଶବ୍ଦର ଆରୋପିତ ବା ପରିଭାଷିତ ଅର୍ଥ । ଚର୍ବିତ ଚର୍ବଣର ପୁନରୁଦ୍ଗୀରଣ ଗବେଷଣା ନୁହେଁ ।
ଏହି ପରିପ୍ରେକ୍ଷୀରେ ଗତାନୁଗତିକ ଗୋଟିଏ ଭ୍ରମ ବଶତଃ ସମ୍ବଲପୁରୀ ନାମରେ କଥିତ ଏହି କୋଶଲୀ ଭାଷାର ଅଦ୍ୟାବଧି ଯାହା ବା ଗବେଷଣା ହୋଇଛି ତାହା – “ଏହା ଓଡିଆ ଭାଷାର ଉପଭାଷା’ ଏହାକୁ ହିଁ ଧରିନେଇ ହୋଇଛି । ଅତଏବ : ଅତି ସଂକୀର୍ଣ୍ଣ ବିଚାର ପରିସର ମଧ୍ୟରେ ଅନ୍ୟାନ୍ୟ ସ୍ୱାଧୀନ ଦୃଷ୍ଟି କୋଣରୁ ଏହାର ପରୀକ୍ଷା ନିରୀକ୍ଷା କରାଯାଇ ପାରିନାହିଁ । ଫଳତଃ ‘ଯାବଦ୍ ବିନିଗମନା ବା ସିଦ୍ଧାନ୍ତ, ପ୍ରାରମ୍ଭ ରେ ହିଁ ଶେଷ ହୋଇ ଯାଇଛି । ରଜା ହରିଶ୍ଚନ୍ଦ୍ର ଚାଣ୍ଡାଳଠାରେ ନିଜକୁ ବିକ୍ରୟ କରି, ଚାଣ୍ଡାଳ ବେଶରେ ଶ୍ମଶାନରେ ରହି ଚାଣ୍ଡାଳ ବୋଲାଇଲା ପରି କୋଶଲୀ ଭାଷା ଓଡି଼ଆ ଠାରେ ଆତ୍ମସମର୍ପଣ କରି, ଓଡି଼ଶା ରାଜ୍ୟାନ୍ତର୍ଗତ ରହି ଓଡି଼ଆର ଉପଭାଷା ବୋଲାଇବାରେ ଆଶ୍ଚର୍ଯ୍ୟ କଣ? ତେବେ ସଂପ୍ରତି କୋଶଳ ପ୍ରଦେଶରେ ଯେପରି ଏ ବିଷୟର ବିଚାର ଆଲୋଚନା ଚାଲିଛି, ତାହା ଯେଉଁ ନାମରେ ବା ଯେଉଁ ରୂପରେ ବି ହେଉ, ସେଥିରୁ ଏ ଭ୍ରମ ଧାରଣା ଯେ କ୍ରମେ ଶିଥିଳ ହୋଇ ଆସୁଛି, ଏହା ସ୍ପଷ୍ଟ ।
ଏଠାରେ ପୂର୍ବ ଲେଖକମାନଙ୍କ ଦ୍ୱାରା ଓଡି଼ଆର ପରିଭ୍ରଷ୍ଟ ରୂପ ହୋଲାଉଥିବା ଦୁଇ ଚାରିଟି ଶବ୍ଦକୁ ସଙ୍କେତ ମାତ୍ର ରୂପେ ବିଚାର କରା ଯାଉଛି ।
(୧) ଓଡ଼ଆ-ବାପୁଡ଼ା : କୋଶଲୀ-ବୁପରା
ଏହା ସଂସ୍କୃତ ସାଧ୍ୟ ପଦବପ୍ତୃରୁ ପ୍ରାକୃତ ନିୟମରେ ସ୍ୱର୍ଥେ ଡ. ପ୍ରତ୍ୟୟ ଯୁକ୍ତ ହୋଇ ହୀନତା ବୋଧକ ଭାବେ ପ୍ରଯୁକ୍ତ ହୋଇ ଆସୁଛି । ପ୍ରାକୃତ ରୂପ “ବପ୍ପୁଡ଼ା” ଯଥା
ତୁହ ନାହି ସହି ଅପ୍ପଣା, ପରିତେଜ୍ଜି ଦୁଜ୍ଜଣ ଥପ୍ପଣା, ବଅସନ୍ତ କେଅଇ ସଂପୁଡା ଣହୁଏ ବିଆଦିଅ ବପ୍ପୁଡା (ପ୍ରାଂ ପୈ ୨-୯୭)
(୨) ଓଡି଼ଆ – କୋଇଲି : କୋଶଲୀ – କୋଏଲି କୋଇଲ, କୁଇଲ-କୁଇଲି (ଅଂଚଳ ଭେଦରେ) (ଇ ଓ ଉ ର ସବଳ ଉଚ୍ଚାରଣ ଏ ତଥା ଓ ଅଟେ) ହିନ୍ଦୀ ଖଡି଼ବୋଲି-କୋୟଲ । କଥିତ ଓ ପ୍ରାଚୀନ-କୋଇଲ ଯଥା- “କୁହୁ କୁହୁ ବୋଲେ କୋଇଲିଆ ଅମବାକେ ଡାର, ପିଅ ନହିଁ ଐଲା” (ଲୋକଗୀତ) । ପ୍ରାକୃତରେ କୋଇଲ, କୁଇଲ ଉଭୟ ରୂପେ ବ୍ୟବହୃତ । ଯଥା:
ବହଇ ଜଳଖିଣ ମାରୁଅ ସୀଅଲ ରବଇ ପଂଚମ କୋମଲ କୋଇଲ (ପ୍ରାଂ ପୈଂ ୨- ୧୫୦)
ଝଙ୍କାର ପଲଇ ବଣ ରବଇ କୁଇଲ ଗଣ ବିରହିଅ ହିଅ ହୁଅ ଦର ବିର ସୁସ (ପ୍ରାଂ ପୈଂ ୨- ୨୧୩)
ଏଥିରେ କୋଶଲୀ ଭାଷାକୁ ଭ୍ରଷ୍ଟ ଓଡି଼ଆ କହିବାର ତାତ୍ପର୍ଯ୍ୟ ଓ କାରଣ କିଛିନାହିଁ ।
(୩) ଓଡି଼ଆ – କଲରା : କୋଶଲୀ – କରଲା
ଏହା ବଦ୍ୱଦ୍ବିମୋହର ଗୋଟିଏ ପ୍ରକୃଷ୍ଟ ଉଦାହରଣ ଅଟେ । ଏହାକୁ ଓଡି଼ଆରୁ ବର୍ଣ୍ଣବ୍ୟତ୍ୟୟ ହୋଇ କୋଶଲୀ ହୋଇ ଥିବା କୁହାଯାଏ (ଡ଼.କୁ.ବି.ତ୍ରି.) ସଂ-କାରବେଲ୍ଲ>ପ୍ରାଂ-କାରଏଲ୍ଲ>କାରେଲ୍ଲ>କାରେଲା । ହି-କରେଲା, ସରଳୀକୃତ କୋଶଲୀ-କରଲା । ତତ୍ପର ବିକାଶ ଓଡି଼ଆରେ ବର୍ଣ୍ଣ ବ୍ୟତ୍ୟୟ ହୋଇ ‘କଲରା’ ବଙ୍ଗଳାରେ ବି କରଲା କହନ୍ତି । ଅନ୍ୟ ଉଦାହରଣ ହେଉଛି- ସଂ- ଆଢକୀ ହିଂ- ଅରହର, ରହର, କୋଶଲୀ-ରହଡ଼ (ଉଚ୍ଚାରିତ-ରାହୈଲ) ବର୍ଣ୍ଣ ବ୍ୟତ୍ୟୟରେ ଓଡି଼ଆ-ହରଡ଼ ।
(୪) ତୁବି ଅଦର୍ଶନେ ଧାତୁ ଜାତ ତୋପ ବା କ୍ରିୟାବର୍ଣ୍ଣ ବ୍ୟତ୍ୟୟରେ ପୋତିବା ଆଦି ।
ଏବେ ଦେଶଜ ବୋଲାଉଥିବା କେତେଟା ଶବ୍ଦ ଦେଖାଯାଉ
(କ) ଉଇଲ-ଉଲି । ଉଲ୍ ଦାହେ,-କଞ୍ଚା ଖାଇଲେ ମୁଖ ପୋଡ଼େ । (ଖ) ଉରକୁଲା- ଉରଃକୁଟ । ଆବର୍ଜନା ଗଦା, ଚାରି ଆଡ଼ରୁ ଆବର୍ଜନା ଗଦାଇବା ଯୋଗୁଁ ଉରୋଜବତ୍ ଆକୃତି ବିଶିଷ୍ଟ ହୋଇ ‘ସ୍ତନ ଇବ ଭୁବଃ’ ଉଚ୍ଚ ହେଉଥିବାରୁ ଏ ନାମ ପଡି଼ଛି । (ଗ) ଅଖଲା- ପ୍ରକ୍ଷାଲିତ ରୁ ଉଖ୍ଲା । (ଘ) ଅକ୍ତା- ଅକ୍ଷତ । (ଙ) ଆଁଠି- ସଂ=ଅସ୍ଥି>ପ୍ରାଂ : ଅଟ୍ଠୀ । (ଚ) ଉର୍ଘା- ଉରୋଘାତ । (ଛ) ଅଛାଁଡ୍- ଅକ୍ଷ୍ ସ୍ୱାର୍ଥେ ଡ, ଆଦି ସବୁ ଶବ୍ଦ ସଂସ୍କୃତ, ପ୍ରାକୃତରୁ ଆଗତ ଓ ସ୍ୱତନ୍ତ୍ର ।
ଏପରି ନିତାନ୍ତ ଗ୍ରାମୀଣ ନିରକ୍ଷର ଲୋକେ ଶତାବ୍ଦୀ ଶତାବ୍ଦୀ ଧରି ବ୍ୟବହାର କରୁଥିବା ଚାଷୀମୂଲିଆଙ୍କ ବ୍ୟବହୃତ ଶବ୍ଦ, ଗୃହ ଓ ଗୃହୋପକରଣ ବାଚକ ଶବ୍ଦ, ମାଳୀ ବାଡିରେ ପ୍ରଯୁକ୍ତ ଶବ୍ଦ, ମାଟିପାତ୍ର ଓ ବାଉଁଶ ନିର୍ମିତ ଉପକରଣ ମାନଙ୍କ ନାମ ଆଦି ହଜାର ହଜାର ଶବ୍ଦ ଉପନ୍ୟସ୍ତ କରାଯାଇ ପାରେ ।
ଏବେ ଶବ୍ଦ ବ୍ୟୁତ୍ପତ୍ତିରେ କୋଶଲୀର କଳ୍ପନା ପ୍ରବଣତା ଓ ସୂକ୍ଷ୍ମ ନିରୀକ୍ଷଣ ର ମାତ୍ର ୪ଟି ଦୃଷ୍ଟାନ୍ତ ଉଲ୍ଲେଖ କରାଗଲା:
୧- ଖଗଲା- ଖ= ଆକାଶ=ଶୂନ୍ୟ=ଗୋଲାକୃତି । ଗଳାସ୍ଥିତ ‘ଖ’ ବା ଗୋଲାକୃତି ଅଲଙ୍କାର ବିଶେଷ, ପୂର୍ବନିପାତ । ୨- ଖରା-ସଂ-ଶଶ (ଶଶ୍ ପ୍ଲୁତ ଗତୌ) ଓ-ଠେକୁଆ । ଖଂ-ଆକାଶଂ ଲାତି ଆଦତ୍ତେ ଇବ, ଉତ୍ପ୍ଲୁତ୍ୟ ଉତପ୍ଲୁପ୍ୟ ଗମନା ଲ=ର=ଅତଃ, ଖରା ଶଯ୍ୟାଦି ଗଣରେ ଆଦ୍ୟ ଆକାରର ଏକାର-ଶଯ୍ୟା>ସେଜ୍ଜା>ସେଜ ପରି, ସମ୍ବଲପୁର ଅଂଚଳରେ ଖେରା ମଧ୍ୟ । ୩- ଖକସା- (ଗଡି଼ସା ମାଛ) ଏହା ବାୟୁସେବୀ ବା ଇସକ୍ସ ଭକ୍ସରବଗ୍ଧଷସଦ୍ଭଶ ହୋଇଥିବାରୁ ଜଳର ବାହାରେ ମଧ୍ୟ ବଞ୍ôଚପାରେ । ଡେଇଁ ଡେଇଁ ବା ଗଡି଼ ଗଡି଼ ବହୁ ଦୂରକୁ ଯାଉଥିବାରୁ ଓଡ଼ିଆ ନାମ ଗଡ଼ସି ବା ଗଡି଼ସା । ଏହା ଖଜୁsରି ଗଛର ଖୋପ ମାନଙ୍କୁ ଡେଇଁ ଡେଇଁ ବହୁତ ଉପରକୁ (ଆକାଶକୁ) ଉଠି ଯିବାର ମଧ୍ୟ ଦେଖାଯାଏ । ଖଂ-ଆକାଶଂ କସତି, ଗଛତି ଇତି>ଖକଶଃ । ଭାଷା>ଖକସା (କସ-କଶ ଗତୌ, ସୌତ୍ର ଧାତୁ)
୪- କୁଲିହା ଓ ବିଲୁଆ
ବିଲରେ ବୁଲୁଥିବାରୁ ବିଲୁଆ । ଏହାର ଅତିପ୍ରିୟ ଆହାର କଙ୍କଡ଼ା, ତାହା ସେ ବିଲରୁ ଖୋଜି ଖାଇଥାଏ । ଏଣୁ କୁଲୀରଂହନ୍ତି ଇତି କୁଲୀରହା>କୁଲିହା । ଦେଶୀ ବଚନ-କୁଲିହା, ଲୋକୋକ୍ତି ଅଛି, – ‘କୁଲିହା ଖେକରଲୀ, ବେଟି ଖାଇଯା କଁକରା ଘୋଲି ।’ ଏଥିପାଇଁ ଅଧିକ ଦୃଷ୍ଟାନ୍ତ ଆବଶ୍ୟକ ନାହିଁ । ପାରସ୍ୟ ବଚନ ଅଛି, ଅକ୍ଲ ମନ୍ଦାଁରା ଇଶାରା କାଫି । ଅତଃ ବୁଦ୍ଧିମାନ ଓ ବୁଝିବାଲୋକକୁ ସଂକେତ ମାତ୍ର ଯଥେଷ୍ଟ ।

Previous ArticleNext Article