Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (୧୩)

Spread the love

ବ୍ୟାକରଣ ବିଚାର ସମସ୍ତ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଏକମାତ୍ର ସଂସ୍କୃତରୁ ହିଁ ପ୍ରାକୃତ-ଅପଭ୍ରଂଶ ଦେଇ ବିକାଶ ଲାଭ କରିଥିବାରୁ ସମସ୍ତଙ୍କ ବ୍ୟାକରଣିକ ରୂପ ଏକା ଅଟେ । ବିଶେଷ୍ୟ, ବିଶେଷଣ, କ୍ରିୟା, ଅବ୍ୟୟ, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ ଓ ନିପାତନ ଆଦି ସବୁ ଭାଷାରେ ସମାନ । ତଥାପି ପ୍ରତ୍ୟେକ ଭାଷାରେ କିଛି କିଛି ବିଶେଷତ୍ୱ ରହିଛି, ଯାହାକି ଭାଷାମାନଙ୍କ ପାରସ୍ପରିକ ପୃଥିକତାକୁ ସୂଚାଇଥାଏ ।
ଏଠାରେ ସମସ୍ତ ବ୍ୟାକରଣର ଆଲୋଚନା ସମ୍ଭବ ନ ହେଲେ ମଧ୍ୟ କୋଶଲୀ ଭାଷାର ପୃଥକତା ସଙ୍କେତ କରୁଥିବା କେତୋଟି ବିଭାବ ସୂଚନାତ୍ମକ ଭାବେ ଉପସ୍ଥାପିତ କରାଯାଉଅଛି ।
ମାନ : ଏହା ଗୋଟିଏ ବହୁବଚନ ବାଚକ ପରସର୍ଗ । ଏହାର ଉଦ୍ଭବ ବିଷୟରେ ନାନା ମତ ଅଛି । କେହି ‘ଆନ୍’ (୨ୟା ବହୁଂ) କେହି ‘ସ୍ମାନ’ (ଅସ୍ମଦ୍ ୨ୟା ବହୁଂ) ତ କେହି ‘ଣାମ୍’ (୬ଷ୍ଠୀ ବହୁଂ) ଠାରୁ ଏହାର ଉଦ୍ଗମ ଦେଖାଇଥାନ୍ତି । କେହି କେହି ଏହାର ବିକାଶ ମାନବ ଶବ୍ଦରୁ ହିଁ ହୋଇଛି ବୋଲି କହନ୍ତି । ସେ ସବୁ ଯାହା ହେଉ, ଏହା ଅୱଧୀ ବ୍ୟତିରେକେ କୋଶଲୀ ଗୋଷ୍ଠୀର ସମସ୍ତ ଭାଷା, ଉପଭାଷା, କୋଶଲୀ, ଛତୀଶଗଢୀ, ଭତରୀ, ହଲବୀ, କୋରାପୁଟ ଜିଲ୍ଲାର ଦେଶିଆ ତଥା ସମପ୍ରକୃତିକ ହେଉଥିବାରୁ ଏହା କେତେକ ଅର୍ଦ୍ଧ ମାଗଧୀ ପ୍ରଭାବିତ ଝାଡ଼ଖଣ୍ଡୀ ଭାଷାରେ ମଧ୍ୟ ପ୍ରଯୁକ୍ତ ହେଉଥିବା ଜଣାଯାଏ । କେଉଁଠି ‘ମାନ’ ତ କେଉଁଠି ‘ମନ୍’ ଭାବେ ବ୍ୟବହୃତ ହୁଏ । ଏହାର ଉଦ୍ଭବ କେଉଁଠି ହୋଇଛି ତାର କୌଣସି ନିଶ୍ଚୟ କରାଯାଇ ପାରିନାହିଁ, ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ସାହିତ୍ୟିକ ଉନ୍ନତି ହୋଇ ଥିବାରୁ ଏହାକୁ ଓଡ଼ିଆର ହିଁ ରୂପ ବୋଲି ଧରି ନିଆଯାଇଛି । କିନ୍ତୁ ଏହାର ପ୍ରଚାର ପରିସର ଓ କୋଶଲୀ ଭାଷାର ଶବ୍ଦ ଉଦ୍ଭୁତିର ବୈଚିତ୍ର‌୍ୟ ଦେଖିଲା ପରେ, ଏହାର ଉଦ୍ଭବ କୋଶଳ-ପ୍ରଦେଶରେ ହୋଇ ଥିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ, ବରଂ ‘ଭୂୟସାବ୍ୟପଦେଶଃ’ ନ୍ୟାୟରେ ଏହା କୋଶଲୀର ହିଁ ବିକାଶ ଅଟେ । ଓଡିଆ ତାକୁ ଅନ୍ୟ ଅନେକ ଶବ୍ଦ ପରି ଗ୍ରହଣ କରି ନେଇଛି ମାତ୍ର ।
କର-ଙ୍କର (ପରସର୍ଗ) – ଏହା ସମ୍ବନ୍ଧ ବାଚକ ଗୋଟିଏ ପରସର୍ଗ । ଏହା ପ୍ରାକୃତରୁ ଆସିଛି । ଅୱଧୀ ଭାଷାରେ ଏହାର ବ୍ୟାପକ ପ୍ରୟୋଗ ରହିଛି । କେବଳ ରାମ ଚରିତ ମାନସ ରେ ୨୪୦ ରୁ ଅଥିକ ଥର ଏ ପରସର୍ଗ ବ୍ୟବହୃତ ହୋଇଛି । ବଚନ ଭେଦରେ ଏହାର ରୂପ ଭେଦନାହିଁ । ଯଥା- ସବକର, ରାମକର ଆଦି । ଏହା କ ଲୋପରେ ଅର, ଅ ର ପ୍ରାଣିତରେ ହ ର ଓ ମାତ୍ର ‘ର’ ଭାବେ ମଧ୍ୟ ପ୍ରୟୋଗ କରାଯାଏ । ଯଥା- ସବକର, ରାମକର, ତୋହର, ସବୁର ଆଦି । ଏହା ଶୁଦ୍ଧ ପ୍ରାତିପଦିକ ପରେ ଓ ସମ୍ବନ୍ଧ ପଦପରେ ପ୍ରଯୁକ୍ତ ହୁଏ । ଏଣୁ ମୋର, ତୋର, ଆମର, ତମର ଉଭୟ ଚଲେ । କୋଶଲୀ ଆମ୍ହର, ତୁମ୍ହର ର ପରବର୍ତ୍ତୀ ବିକାଶ ‘ମ୍ହୋମ୍ଭୋବା’ ସୂତ୍ର ଅନୁସାରେ ଓଡ଼ିଆରେ ଆମ୍ଭର, ତୁମ୍ଭର ଆଦି ହୋଇଛି । ଅୱଧୀରେ, ଜନକର, ରାମଲଖନକର, ସବକର ଆଦି ସବୁ-ବଚନରେ ପ୍ରଯୁକ୍ତ ହୋଇଥିଲେ ହେଁ ‘କର’ ରୂପରେ କୋଶଲୀରେ କେବଳ ବହୁବଚନରେ ପ୍ରଯୁକ୍ତ ହୁଏ । ଏକ ବଚନ କେବଳ ‘ର’ ରୂପରେ ହୁଏ । ତଦନୁରୂପ ଓଡିଆରେ ମଧ୍ୟ ହେଲେ ହେଁ ବହୁବଚନରେ ଅନୁନାସିକର ଆଗମ ହୋଇ ‘ଙ୍କର’ ରୂପରେ ପ୍ରଯୁକ୍ତ ହୁଏ । ଏହା ଓଡିଆର ବିଶେଷତ୍ୱ ହୋଇପାରେ । ଯଥା- ମେଢା-ମେଣ୍ଢା, ଖୁଟ୍ –ଖୁଣ୍ଟ, ଖେକାର-ଖେଙ୍କାର, ମଚା-ମଞ୍ଚା, ଝୁପା-ଝୁମ୍ଫା, ମାକଡ-ମାଙ୍କଡ, କଚା-କଞ୍ଚା, ଗୁଥବା-ଗୁନ୍ଥିବା, ଗୁଫା-ଗୁମ୍ଫା… … ଆଦି ।
ଠାନ୍, ଠା – ସ୍ଥାନର ପ୍ରାକୃତ ରୂପ ହେଉଛି ଠାଣ । ଏହାର କୋଶଲୀ ରୂପ ହେଉଛି – ଠାନ୍ । କିନ୍ତୁ ଓଡିଆ ରୂପ ଥାନ ଅଟେ । ହେଲେ ହେଁ, ପରସର୍ଗ ରୂପେ କେବଳ ‘ଠା’ ମାତ୍ର ବ୍ୟବହୃତ ହୁଏ । ମୋ ଠାରୁ, ସେ ଠାରୁ, ଆଦି.. । କୋଶଲୀ ଭାଷାରେ ‘ଠାନ’ ଶବ୍ଦ ହିଁ ବ୍ୟବହୃତ ହୁଏ । ମୋର ଠାନୁ, ସେଠାନେ- ଆଦି । ଦେଖିବାକୁ ଗଲେ କୋଶଲୀ ‘ଠାନ୍’ ରୁ ‘ନ’ କାରର ଅନୁନାସିକରେ ପରିବର୍ତ୍ତନ ଯୋଗୁଁ ‘ଠାଁ ’ଓ ଅନୁନାସିକର ଲୋପ ଯୋଗୁଁ ‘ଠା’ ହୋଇଛି । ଓଡ଼ିଆରେ ପରବର୍ତ୍ତୀ ବିକାଶ ତାହା ହିଁ ।
ମୁକୁ, ମୋକେ : ପ୍ରାଚୀନ ଓଡ଼ିଆରେ ମୁକୁ, ତୁକୁ ଓ ଆଧୁନିକରେ ରାମକୁ, ହରିକୁ ଆଦି ଦେଖି ଆପାତ ଦୃଷ୍ଟିରେ ମୋକେ, ତୋକୋ, ର ‘କେ’ କୁ ‘କୁ’ର ବିବର୍ତ୍ତନ ବୋଲି କହିଦିଆଯାଏ । ଏହା ଘୋର ପ୍ରାମାଦିକ ଅଟେ । ଯେହେତୁ- ମୁକୁ ଆଦିରେ ‘କୁ’ ପ୍ରତ୍ୟୟ ଅଟେ, ଏହା ହିନ୍ଦୀ, ବ୍ରଜଭାଷା ଆଦିର ‘କୋ’ର ସଂକୁଚିତ ବା ଦୁର୍ବଳ ରୁପ ହିଁ ଅଟେ । କୋଶଲୀ ‘ମୋକେ’ ଆଦିର ‘କେ’ ଅୱଧୀ ‘କହଁ’ ର ରୂପ ଅଟେ ଓ ପରସର୍ଗ ଅଟେ । ମୋକେ = ମୋର କେ । ଏପରି ସୂକ୍ଷ୍ମ ଆଲୋଚନାରେ ବହୁ ବହୁ ବିଭେଦଆବିଷ୍କାର କରାଯାଇ ପାରିବ । ଇଙ୍ଗିତ ମାତ୍ର ଏତିକି- ଆଲୋଚନାରୁ ବି ଏହା ସ୍ପଷ୍ଟ ଯେ, କୋଶଲୀ ଭାଷା ଓଡିଆ ଭାଷାର ଅବକ୍ଷୟିତ ରୂପ କି ଉପଭାଷା ନ ହୋଇ ବରଂ ତାର ଉଦ୍ବିକାଶ ରେ ଗୋଟିଏ ଉପାଦାନ ହୋଇପାରିଛି ।
ଶବ୍ଦ ସମ୍ପଦ ଗୃହର ବାସ୍ତୁ ବିଭାଗ, ସାଜସଜ୍ଜା, ବାହ୍ୟ ଆକୃତି ଓ ବ୍ୟବହାରୋପୟୋଗ ଯାହା ହେଲେ ମଧ୍ୟ କାନ୍ଥ ହିଁ ଘରର ମୂଳ ଅବୟବ, ଯାହା ଏ ପ୍ରସ୍ତୁତିକୁ ଘର ଆଖ୍ୟା ଦେଇଥାଏ । ଏହି କାନ୍ଥର ଉପାଦାନ ଅନୁଯାୟୀ ଘରର ମଧ୍ୟ ନାମକରଣ ଝାଟିମାଟି, ମାଟିକାନ୍ଥ, ଇଟା କି ପଥରର ‘ଘର’ ଆଦି ହୁଏ । ସେହିପରି ଭାଷାର ବିଭିନ୍ନ ବିଭାବର ଯେତେ ସମାନତା ଥାଉ (ଏହା ସୁଦୂର ବା ଆସନ୍ନ ଏକ ମୂଳିକ ଭାଷାରେ ହେବା ସ୍ୱାଭାବିକ) ଶବ୍ଦ ହିଁ ଭାଷାର ଶରୀର ଓ ତାହାରି ଭିନ୍ନତା ଯୋଗୁଁ ଭାଷା ଏକ ସ୍ୱତନ୍ତ୍ର ଅସ୍ତିତ୍ତ୍ୱର ଅଧିକାରୀ ହୋଇଥାଏ । ଏହି ଦୃଷ୍ଟିରୁ ବିଚାର କଲେ କୋଶଲୀ ନିଜ ପଡୋଶୀ ଭାଷାମାନଙ୍କ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର । ଗୋଟିଏ ଗୋତ୍ରର ବିଭିନ୍ନ ଭାଷା ପରିବାର ଓ ସେମାନଙ୍କ ବିଭିନ୍ନ ଶାଖା, ପ୍ରଶାଖା ମାନଙ୍କ ମୌଳିକ ଧ୍ୱନି ଏକା ହୋଇଥିବାରୁ ଦେଶ କାଳର ପ୍ରଭାବରୁ ବିବର୍ତ୍ତିତ ହେଲେ ବି ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ଲିପିର ଅବଶ୍ୟମ୍ଭବିତା ନାହିଁ । ଏକା ଲିପିରେ ଏକାଧିକ ଭାଷା ଲେଖାଯାଇ ପାରେ ଓ ମୂଳ ଧ୍ୱନିର ଆଂଚଳିକ ଉଚ୍ଚାରଣ ମଧ୍ୟ ସେହି ସେହି ବର୍ଣ୍ଣର କରାଯାଇପାରେ । ଯଥା- ବଙ୍ଗଳା-ଅସମିଆ, ହିନ୍ଦୀ-ମହାରାଷ୍ଟ୍ରୀ ଆଦି । ଗୋଟିଏ ଭାଷା ମଧ୍ୟ ସହାବସ୍ଥାନ ଯୋଗୁ ଏକାଧିକ ଲିପିରେ ଲେଖାଯାଇପାରେ ଯଥା- ଉର୍ଦ୍ଦୁକୁ, ଦେବନାଗରୀ ଓ ପାରସିକ ଲିପିରେ ଲେଖାଯାଏ । ଅତଏବ କୌଣସି ଭାଷାର ଉନ୍ନତ ସାହିତ୍ୟ ଥାଉ ବା ନ ଥାଉ, କିମ୍ବା ନିଜର ସ୍ୱତନ୍ତ୍ର ଲିପି ବି ନଥାଉ, ତାର ଶବ୍ଦ ସମ୍ଭାର ଯଦି ସ୍ୱାବଲମ୍ବୀ, ତେବେ ସେ ଭାଷା ସ୍ୱତନ୍ତ୍ର ହିଁ ଅଟେ ।
ମନୁଷ୍ୟ ଗୋଟିଏ ସାମାଜିକ ପ୍ରାଣୀ । ବ୍ୟକ୍ତି, ଗୋଷ୍ଠୀ ଅଥବା ଦେଶ କି ରାଷ୍ଟ୍ର ଭାବେ ମଧ୍ୟ ତାର ସ୍ୱ ଭିନ୍ନର ସହିତ ସମାଗମ ଅନିବାର୍ଯ୍ୟ । ଏଥି ଯୋଗୁଁ ପ୍ରତ୍ୟେକ ଭାଷାରେ ଅନ୍ୟାନ୍ୟ ବହୁ ଭାଷାର ଶବ୍ଦ ପ୍ରବେଶ କରି ଯାଏ ଓ କ୍ରମେ ତତ୍ ସ୍ୱରୂପରେ ହେଉ ବା ନିଜ ଉଚ୍ଚାରଣ ସୌକାର୍ଯ୍ୟ ପାଇଁ ହେଉ ଅଳ୍ପ ବହୁତ ପରିବର୍ତ୍ତନ ସହ ନିଜସ୍ୱ ହୋଇଯାଏ ।
କୋଶଲୀ ଭାଷାର ଉତ୍ତର ଓ ପଶ୍ଚିମରୁ ଆଗମନ ଯୋଗୁଁ ଓ ଶତାବ୍ଦୀ ଶତାବ୍ଦୀର ଅବିଚ୍ଛେଦ୍ୟ ସଙ୍ଗତି ଯୋଗୁଁ ବିଭିନ୍ନ ଭାଷା ଦ୍ୱାରା ଯେତେ ପ୍ରଭାବିତ ହୋଇଥିଲେ ମଧ୍ୟ ତାର ମୌଳିକତା ଅପ୍ରଚାଲ୍ୟ ରହିଛି । ତାର ସ୍ୱତନ୍ତ୍ର ଶବ୍ଦ ସମ୍ଭାର ହିଁ ତାର ପ୍ରମାଣ । ସଂସ୍କୃତର ଅନେକ ବିସ୍ମୃତ, ଅପ୍ରଚଳିତ ଧାତୁରୁ ବ୍ୟୁତ୍ପନ୍ନ, କେତେ ଅନ୍ୟ ଭାଷାରେ ନ ଥିବା (ବିଶେଷତଃ ଓଡିଆ ଭାଷାରେ) ମୂଳ ପ୍ରାକୃତ କିମ୍ବା ତତ୍ବ୍ୟୁତ୍ପନ୍ନ ଶବ୍ଦ ଓ ତାର ସ୍ୱତନ୍ତ୍ର ଦେଶୀୟକରଣ ରୀତି ଆଦି ତାର ସ୍ୱାତନ୍ତ୍ର‌୍ୟ ଓ ଧ୍ୱଜା ଉଡାଉଛି । ଏହାର ଭୁରି ଭୁରି ଉଦାହରଣ ଦିଆଯାଇପାରେ । ବିସ୍ତାର ଭୟରେ ଏଠି ପ୍ରାଚୀନତା ଦ୍ୟୋତକ କେତେଟା ଶବ୍ଦ ମାତ୍ର ଉପସ୍ଥାପନ କରାହେଉଛି ।
ପ୍ରାକୃତ ସମ – ମଝୁର ଣ୍ଟ ମୟୂର … … … ଫନସ ଣ୍ଟ ପନସ (ପ୍ରା: ପୃ-୨-୩୭) ଓଖଲା > ଉଲୂଖଳ (ପ୍ରାଂ. ପ୍ରଂ ୧-୨୧) (ପ୍ରାଂ ପ୍ରଂ ୨-୩୭) ଭେଭଲ > ବିହୁଲା (ପ୍ରାଂ ପ୍ରଂ ୩-୪୭) ଉଣାଦି -ନେମଃ > ନିହି (ଙ୍ଖରରଜଚ୍ଚର) ଉଂ କୋଂ ୧-୧୪୦ ପଦ୍ରଃ > ପଦର (ଉଂ କୋ ୨-୧୩)
ବିସ୍ମୃତ ବା କାଦାଚିତକ ଧାତୁ ଜାତ :- ଅନ୍ଦ-ଅନ୍ଦୁ ବନ୍ଧନେ (ଲଙ୍ଗଳ ଦଣ୍ଡ ଓ ଜୁଆଳିକୁ ବାନ୍ଧୁଥିବା ଚର୍ମରଜ୍ଜୁର ଫାସ) ବଲାବା- ଗତି ମାନ କରିବା । ବଲ ସଂଚଳନେ + ଣିଚ୍ । ପାଏନ ବଲାବା, ଝି ବଲାବା ଆଦି ବୁରଙ୍ଗାବା- ବୁଗି (ବୃଙ୍ଗ୍) ବର୍ଜନେ- ଅଳ୍ପ ଦେଇ ବା ନ ଦେଇ ଠକିଦେବା ଚୁନ୍ଧିବା- ଚୁଡ଼ି (ଚୁଣ୍ଡ) ଛେଦନେ- କାଠ ହାଣିବା
ନିଜସ୍ୱ ବ୍ୟୁତ୍ପନ୍ନ- ଧୁକା, ଗରଲ, ବଲସ, ରୋଦନଖରା, ଭୁରସୁଁଡ୍, ଡୁରକା, ଟେଁଡକା ପେଣ୍ଡ୍ରା, ଗୋହେରା.. ଆଦି
ବିଶେଷ ରୀତି- ବହଁଡବା, (ଅପ + ହିଣ୍ଡ ଗତୌ) ବଘବା (ବଲଗ ଗତୌ) ଡାଁହଁକବା (ଡୌକୃ ଗତୌ) ସୁତରେନ (ସୂତ୍ର ବିମୋଚନେ) ବାବା- ପିତା, ପିତାମହ, ମାତାମହ ୧) ବପ୍ତା – ବାପା = ବାବା (ପୋବଃ ୨-୧୫) ୨) ବାବା – ବା – ବା ର ବା = ବାବା (ଷଷ୍ଠୀ ତତ୍ ପୁରୁଷ) ୩) ମା’ର ବା – ମାବା – ମ > ବ = ବାବା (ବୋମଃ ର ବ୍ୟତ୍ୟୟ) ପୁନଶ୍ଚ- ସଂସ୍କୃତ ଭାଷାରେ ଲତା ଓ ବରଟା (ହଂସୀ) ଶବ୍ଦ ସଦା ସ୍ତ୍ରୀଲିଙ୍ଗରେ ବ୍ୟବହୃତ ହୁଅନ୍ତି । ଏମାନଙ୍କ ପୁଂଲିଙ୍ଗ ରୂପ ଦେଖାଯାଏ ନାହିଁ । ବ୍ୟାକରଣ ସମ୍ମତ ସ୍ତ୍ରୀ ପ୍ରତ୍ୟୟ (ଟାପ) ଯୁକ୍ତ ହୋଇ ଥିବାରୁ ପୂର୍ବେ ପୁଂଲିଙ୍ଗ ରୂପ ଥିବା ସୁ ନିଶ୍ଚିତ । ଏ ଭାଷାରେ ଉଭୟର ପୁଂ ଲିଙ୍ଗ ରୂପ ମଧ୍ୟ ଦେଖାଯାଏ ।
ଯଥା- ଲତା, ପ୍ରାଂ- ଲଇ । ଓଡିଆରେ- ଚେମଡା ଲଇ, ଶିଆଳି ଲଇ, ଆଦି ରୂପରେ ପ୍ରଯୁକ୍ତ । କୋଶଲୀ ଭାଷାରେ ପୁଂ ଲିଙ୍ଗ- ଲତ > ଲଅ > ଲହ (ପ୍ରାଣିତ) ରୁ ସିଏଲ ଲହ, ପଲସା ଲହ, (ଲତା ପଳାଶ), ଥପା ଲହ ଆଦି ହୁଏ ।
ସେହିପରି ସଂସ୍କୃତ- ବରଟା (ହଂସ ସ୍ତ୍ରୀ) ତାର ପୁଂ ଲିଙ୍ଗ-ବରଟ । ଟୋଡଃ (ପ୍ରାଂ ପ୍ରଂ ୨-୨୦) ଟ ସ୍ୟ ଅନାଦି ବର୍ତ୍ତିନୋ ଡକାରୋ ଭବତି (ଭାମହ) ଅତଃ ବରଟ > ବରଡ, ଡ ଲ ୟୋ ର ଭେଦଃ । ଏଣୁ ବରଟ > ବରଡ > ବରଲ ଶବ୍ଦ ଲାଲ ମୁଣ୍ଡିଆ ହଂସ (ବତକ) ଜଙ୍କଗ୍ଦଗ୍ଦସବଦ୍ଭ ଊଙ୍କମଳ ପାଇଁ ପ୍ରଯୁକ୍ତ ।
ଓଡିଆ ଓ ଅନ୍ୟ ଭାରତୀୟ ଆଧୁନିକ ଆର୍ଯ୍ୟ ଭାଷା ରେ ଏ ଦୁଇ ଶବ୍ଦର ତତ୍ସମ ସ୍ତ୍ରୀ ଲିଙ୍ଗ ରୂପ ହିଁ ଦେଖିବାକୁ ମିଳେ ।
ଅବୋଧ୍ୟ : ଡଃ କୁଂଜବିହାରୀ ତ୍ରିପାଠୀ ତାଙ୍କ ‘ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଙକ୍ସସଚ୍ଚବ ଖବଦ୍ଭଶଙ୍କବଶର ବଦ୍ଭୟ ଝମକ୍ସସକ୍ଟ୍ରଗ୍ଧ’ଗ୍ରନ୍ଥରେ ଡରଗ୍ଦଗ୍ଧରକ୍ସଦ୍ଭ ଙକ୍ସସଚ୍ଚବ ଶୀର୍ଷକରେ ଲେଖିଛନ୍ତି ଯେ, “ପଶ୍ଚିମ ଓଡିଶାର ଶବ୍ଦାବଳୀ “ଙ୍କଦ୍ଭସଦ୍ଭଗ୍ଧରକ୍ଷସଭକ୍ଷର ଗ୍ଧକ୍ଟ କ୍ଟକ୍ସସଚ୍ଚବ ଗ୍ଦକ୍ଟ୍ରରବଳରକ୍ସଗ୍ଦ କ୍ଷସଙ୍ଖସଦ୍ଭଶ କ୍ଟଙ୍କଗ୍ଧଗ୍ଦସୟର ଡରଗ୍ଦଗ୍ଧରକ୍ସଦ୍ଭ ଙକ୍ସସଗ୍ଦଗ୍ଦବ” ଏହି ପୁସ୍ତକ, ବା ‘ଓଡିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ’ ପୁସ୍ତକରେ ସେ ଯେପରି ପଶ୍ଚିମୀ ଓଡିଆ ନାମରେ କୋଶଲୀ ଭାଷାର ଆଲୋଚନା କରିଛନ୍ତି ସେଥିରେ ସେ ନିଜ ଉକ୍ତିକୁ ହିଁ ଅଧିକାଂଶତଃ ପ୍ରମାଣିତ କରିଛନ୍ତି । ସମ୍ମାନ୍ୟ ଡଃ ତ୍ରିପାଠୀଙ୍କ ବିଦ୍ୱତ୍ତା ଓ ପରିଶ୍ରମ ପୂର୍ଣ୍ଣ ଗବେଷଣାର କୌଣସି ମତେ ଅବମୂଲ୍ୟନ କରାଯାଇ ନ ପାରେ କିନ୍ତୁ ସେ ଭାଷା ବିଷୟର ଅଧିକାଂଶ ବା ସମଗ୍ର ସୂଚନା କୋଶଲୀ ବନ୍ଧୁଙ୍କ ଠାରୁ ପାଇଥିବା ସୁନିଶ୍ଚିତ ହେଲେ ହେଁ, ଜନ୍ମରୁ ଅବହେଳା ଓ ଅନାଦର ଯୋଗୁ ଅଧିକାଂଶ କୋଶଲୀ ବିଦ୍ୱାନ ମାନେ ମଧ୍ୟ ନିଜ ଭାଷାକୁ ଶବ୍ଦ ପ୍ରତିଧ୍ୱନକ ବା ଞବକ୍ଟ୍ରର ଜରମକ୍ଟକ୍ସୟ ପରି ଅଭ୍ୟାସ ବଶତଃ ବହୁଧା ସମ୍ୟକ୍ ଓ ଶୁଦ୍ଧ ଭାବେ କହୁଥିଲେ ସୁଦ୍ଧା ତାର ମର୍ମ ବା ଭାଷାତତ୍ତ୍ୱ ବୁଝନ୍ତି ନାହିଁ । ଏହାର ମଧ୍ୟ ଅନେକ ଉଦାହରଣ ଦିଆଯାଇ ପାରିବ । ଉପର ଉଦ୍ଧୃତ ମନ୍ତବ୍ୟ ତାଙ୍କ ଗବେଷଣାର ସଚ୍ଚୋଟ ପଣିଆର ନିଦର୍ଶନ ଅଟେ । ଦୋଷ ମାତ୍ର ଏତିକି ଯେ, ସେ ଗତାନୁଗତିକ ଭାବେ କୋଶଲୀ ଭାଷାକୁ ଓଡିଆ ଭାଷାର ଉପଭାଷା ବୋଲି ଧରି ନେଇଛନ୍ତି ।
ପ୍ରଥମେ ପୂର୍ଣ୍ଣଚନ୍ଦ୍ର ଭାଷା କୋଷରୁ ଦୁଇଟି ଉଦାହରଣ ନିଆଯାଉ । ଆମର ଗୋଟିଏ କୋଶଲୀ ପ୍ରବଚନ ଅଛି‘ଷାଠେ ଶୋଲକ ପଢେ ଶୁଆ ବିଲେଇ ଦେଖଲେ ଅଚା ବୁଆ ।’
ଏହାର ଅର୍ଥ ଅତି ସରଳ । ଶୁଆ ତ ଅନେକ କଥା କହିପାରେ ହେଲେ, ତାର ଏ ସବୁ ଶିକ୍ଷା ବିରାଡି ଆଗରେ କିଛି କାମକୁ ଆସେ ନାହିଁ । ଭକ୍ଷକ ଆଗରେ ଭକ୍ଷ୍ୟର ଯେଉଁ ଦଶା ହୁଏ, ବିରାଡି ଆଗରେ ଶୁଆର ସେହି ଦଶା ହୁଏ ଓ ଏହା ହିଁ ଅଚାବୁଆର ଅର୍ଥ- ଯେ କୌଣସି ଲୋକକୁ ମଧ୍ୟ ପ୍ରତୀତ ହେଉଛି ଓ ଏହା ସାଧାରଣ ଭାବେ ଠିକ ମଧ୍ୟ; ତେବେ ବି ‘ଅଚାବୁଆ’ କୁ ଅଚାବୁହା, ଅଚାଭୁଆ, ଅଚାଭୁଆଁ ଆଦି ବିବିଧ କଳ୍ପନା କରି ମଧ୍ୟ ତାର ଯଥାର୍ଥ ଅର୍ଥକୁ ପାଇ ନ ପାରି ପ୍ରହରାଜେ ନିଜେ ଭୁଆଁ ବୁଲି ଯାଇଛନ୍ତି । ବାସ୍ତବରେ ଶୁଆର କୋଶଲୀ ଅର୍ଥକୁ ନ ବୁଝିଲେ ଏହାର ଅର୍ଥ ବୁଝାଯିବ ନାହିଁ । କୋଶଲୀ ଭାଷାରେ ଶୁଆକୁ ‘ରୁପ’ କୁହାଯାଏ । ଏହା ତାର ସୌନ୍ଦର୍ଯ୍ୟକୁ ଦେଖି ରୂପବାନର ସଂକ୍ଷିପ୍ତୀକରଣ ନାମ ନୁହେଁ । ସମସ୍ତେ ଜାଣନ୍ତି ଯେ, ଶୁଆ ସମସ୍ତଙ୍କୁ (ପୋଷକକୁ ମଧ୍ୟ) କାମୁଡେ, କାମୁଡିବା ତାର ସ୍ୱଭାବ । ଏହା ହିଂସନ ହୋଇଥିବାରୁ ରୂପଂ ହିଂସାୟାମ୍ ଧାତୁରୁ ରୁପଂ > ରୁପ ଶବ୍ଦରୁ ନିଷ୍ପନ୍ନ ହୋଇଛି । ବିରାଡି ଦେଖିଲେ ସେ ସ୍ତବ୍ଧ ହୋଇ କାମୁଡା ବି ଛାଡିଦିଏ । କାମୁଡିବା ଅର୍ଥରେ କୋଶଲୀ ରେ ଚର୍ବ ଧାତୁର ବ୍ୟବହାର ହୁଏ । କୁକୁର ଚାବଲା, ସାପ ଚାବଲା ଆଦି । ଏହା ହିଁ ଏ ସମସ୍ତ ପଦର ଅର୍ଥ । ନଞ୍ଜ ସମାସର ବ୍ୟାସ ନ ଚାବୁଆ-ଅଚାବୁଆ-ଅଚା-ବୁଆ ନୁହେଁ ।
ଦ୍ୱିତୀୟଟି ହେଉଛି, ‘ଭୁଆସୁଣି’ । ଏହାର ମୂଳ ସଂସ୍କୃତ ପରିଭାଷା ଯୋଗୁ ‘ସୁବାସିନୀ’ବୋଲି ଧରି ପାରିଥିଲେ ହେଁ, ନିଜେ ଅର୍ଥ କରି ନ ପାରି କୌଣସି ହିନ୍ଦୀ କୋଷରୁ ‘ବହୂଶିନୀ’ ରୂପକ ହାସ୍ୟାଷ୍ପଦଅର୍ଥକୁ ଦେଇଛନ୍ତି । ବାସ୍ତବରେ ଏହା ଓଡିଆ କୁ କୋଶଲୀ ଦେଇଯାଇଛି ଓ ସେହି ରୀତିରେ ବ୍ୟୁତ୍ପନ୍ନ ହେବ । ଯଥା- ସୁବାସିନୀ > ବର୍ଣ୍ଣ ବ୍ୟତୀୟ ବୁସାସିନୀ ସ = ହ – ବୁହାସିନୀ > ବ + ହ = ଭ – ଭୁଆସିନୀ । କୋଶଲୀ ରୀତିରେ ‘ଭୁଆସେନ୍ ’ଭାବେ ଉଚ୍ଚାରିତ ହୁଏ । ଓଡିଆରେ ନିଜ ରୀତିରେ ଇ = ଉ ଓ ମ = ଣ ହୋଇ ଭୁଆସୁଣୀ ହୋଇଛି (ବିହୀନ = ବିହୁଣ, ଭଇନୀ = ଭଉଣୀ ତୁଲ୍ୟ) ।
ଏବେ ଡଃ ତ୍ରିପାଠୀଙ୍କ ‘ଓଡିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ’ ପୁସ୍ତକରୁ କେତେଟା ଉଦାହରଣର ଆଲୋଚନା କରାଯାଉଛି । କବିବର ଗଙ୍ଗାଧର ତାଙ୍କ ଉଚ୍ଚତର ସାହିତ୍ୟରେ ମାତ୍ର ଦୁଇଟି କୋଶଲୀ ଶବ୍ଦ ପ୍ରୟୋଗ କରିଛନ୍ତି- ନିଛିବା ଓ ଛିନିବା । ଶ୍ରୀ ତ୍ରିପାଠୀ ମାତ୍ର ନିଛିବା ଶବ୍ଦ ଉପନ୍ୟସ୍ତ କରି ଅର୍ଥ ତ ଠିକ ଦେଇଛନ୍ତି, କିନ୍ତୁ ବ୍ୟୁତ୍ପତ୍ତିକ ଧାତୁରେ ଭୁଲ ହୋଇଯାଇଛି । ‘ଚିନ୍’ ଧାତୁରୁ ‘ଛିନିବା’ ବ୍ୟୁତ୍ପନ୍ନ ହୁଏ । ନିଛିବା କ୍ରିୟାର ବ୍ୟୁତ୍ପତ୍ତି ଟିକିଏ ଦୁରୂହ ହେବାରୁ ଅର୍ଥ ମାତ୍ରରେ ସନ୍ତୁଷ୍ଟ ରହିଯାଇଛନ୍ତି । ରେଡିଓ ବଜେଇବା ପାଇଁ ରେଡିଓ ମେକାନିକ ହେବା ଆବଶ୍ୟକ ନୁହେଁ ।
ନିଛବା – ନିଃ + ତ୍ୱଚ୍ > ନିଃ + ଚ > ନିହ + ଚ > ନି + ଚହ > ନିଛ । ବାସ୍ତବରେ ଏ ଭାଷା ଅସାତ୍ମ୍ୟ ହେବା ଯୋଗୁଁ ଓଡିଆଭାଷୀଙ୍କୁ ସହଜ ବୋଧ୍ୟ ନୁହେ । ଯେଉଁ ଶବ୍ଦ ମାନଙ୍କର ଦ୍ଭକ୍ଟଗ୍ଧ ଲକ୍ଟଙ୍କଦ୍ଭୟ ସଦ୍ଭ ଐସଦ୍ଭୟସ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ ଲେଖିଛନ୍ତି, ତାହା କୌଣସି ଡିକ୍ସନାରିରେ ମିଳିବାର ସମ୍ଭାବନା ନାହିଁ । ଏ ସବୁ ଶୁଦ୍ଧ କୋଶଲୀ ଉଦ୍ବିକାଶ ଓ ବର୍ତ୍ତମାନ ସୁଦ୍ଧା କୋଶଲୀ ଭାଷାର କୌଣସି କୋଷ ପ୍ରକାଶ ପାଇ ନାହିଁ । ଏବେ ଡୁହରି ବା ଦୁହରିକୁ ନିମିତ୍ତ କରି କୋଶଲୀ ଭାଷାର ସ୍ୱାତନ୍ତ୍ର‌୍ୟ ର କିଂଚିତ ଆଭାସ ଦେଇ ପରେ ଅନ୍ୟ କେତେଟା ଶବ୍ଦର ବ୍ୟାଖ୍ୟା କରାହେବ । ବିସ୍ତାର ଭୟ ତ ଲାଗି ରହିଛି । ମାଳୀ ବାଡିକୁ ଆସନ୍ତୁ ।
କୂଅ = କୂପ । ଚହଲା-ଜଳସ୍ତର ପାଖରେ ଥିବା ସ୍ଥାନର ଅତି ବଡ ଆକାରର ଅଗଭୀର କୂଅ ଯହିଁରେ ପାଣି ଚହଲି ଯାଉଥିବ ବା ଲହରୀ ଖେଳି ଯାଉଥିବ ।
‘ତେଣ୍ଡା’ ବା ‘ଟେଁଡା’- ପାଣି କାଢିବା ଶେଣି, ସର୍ବଦା ନୃତ୍ୟ କଲାପରି ତଳ ଉପର ହେଉଥିବାରୁ ‘ତଣ୍ଡ ନର୍ତ୍ତନେ ଧାତୁ ଜାତ ।
ବେରୁ- ତେଣ୍ଡାର ଅଗ୍ର ଲଗ୍ନ ଯେଉଁ ଲମ୍ବା ବାଉଁଶ ଦ୍ୱାରା ପାଣି ବାହାର କରାଯାଏ । ବାହିରୁ > ବେରୂ ।
କଢନା- ବାଲଟି, ଯହିଁରେ ପାଣି କଢାଯାଏ । କୃଷ ଧାତୁ ଜାତ କୃଷେ ର୍କ ଡ ଢ ପ୍ରାକୃତ ଆଦେଶ
ବରା- ଯେଉଁ ବଡ଼ ନାଳରେ କୂଅର ପାଣି ପ୍ରଥମେ ଚାଲେ । ବଲ୍ ସଂଚଳନେ ଧାତୁ ଜାତ, ର = ଲ । ପାଣି ଚଲେଇବାକୁ ମଧ୍ୟ ବଲାବା (ବଳ + ଣିତ) କୁହାଯାଏ ।
ସେରନା- ବଡନାଳରୁ ବାହାରିଥିବା ଛୋଟ ନାଳ ମାନ ଯହିଁରୁ କିଆରି ମାନେ ପାଣି ପାଆନ୍ତି । ସୃଗ ତୈ ଧାତୁ ଜାତ । ଦୁହରୀ ବା ଡୁହରୀ (ମୂର୍ଦ୍ଧନ୍ୟିକୃତ) ସେରନାରୁ ପାଣି ଆହରଣ କରୁ ଥିବାରୁ ଉଦହରୀ, ଆଦ୍ୟ ସ୍ୱରର ପରବର୍ଣ୍ଣ ସଂଯୋଗ-ଦୁହରୀ,ଡୁହରୀ । ସମାଜର ନିମ୍ନସ୍ତରର ନିରକ୍ଷର ମାଳୀମାନେ ପୁରୁଷା ପୁରୁଷା ଧରି ବ୍ୟବହାର କରି ଆସୁଛନ୍ତି, ଏ ସବୁ ଶବ୍ଦ/ପରିଭାଷା । ଏ ସବୁ ଶବ୍ଦ ସଂସ୍କୃତରୁ ଆଗତ, ଉପକୂଳ ପ୍ରଦେଶରୁ ନୁହେଁ । ଆଉ କେତୋଟି ଶବ୍ଦ ଦେଖନ୍ତୁ :
ବାହାଲ – ନାଳଜମି । କିଛିଦିନ ବରଷା ନ ହେଲେ ବି ଢିପରୁ ଝରି ପ୍ରବାହ ଚାଲୁଥାଏା
ବେରନା – ସମତଳ ଜମି, ମାତ୍ର ହିଡଦ୍ୱାରା ବେରନା (ବେଢନ ବା ବେଷ୍ଟନ) ହୋଇଥିବା ଜମି । କେବଳ ଆକାଶ ପାଣି ଭରସା ।
ମାଲ – ଉଚ୍ଚ ଓ ସମ ଜମି (କ୍ଷେତ୍ର ମାରୁହ୍ୟ ମାଲମ୍)
ଆଟ – ଅଟ୍ଟ ବା ପକ୍କା ଘର ଛାତପରି ପାଣି ତୁରନ୍ତ ଗଡିଯାଉଥିବା ଢିପ ଜମି । (ନରେନ୍ଦ୍ର ମାର୍ଗଟ୍ଟ ଇବ ପ୍ରପେଦେବିବର୍ଣ୍ଣ ଭାବଂ ସ ସ ଭୂମିପାଳଃ)
ବରଛା- ଅତି ଉତ୍ତମ ଜମି (ଆଖୁଚାଷ ଯୋଗ୍ୟ) ବରରସା = ଶ୍ରେଷ୍ଠ ଜମି
କୁସାରୀ – କୁ = ପୃଥିବୀ, ସାର ମଧୁର ରସ ଅଛି ଯାହାର = କୁସାରୀ । କୋଶଲୀ ଉଚ୍ଚାରଣ କୁସେର ।
ଚାଁଟି- ହିନ୍ଦୀ ଚିଉଁଟୀ, ମୁଖ ଚିମୁଟା ପରି ହୋଇଥିବାରୁ ।
ଛିର- କ୍ଷୀର – ସାଙ୍କେତିକ ଭାଷା, ପଶୁ ଆଦିର ଲମ୍ବ ଚୁଚୁକ । କୋଶଲୀ ସଙ୍କେତ, ଯଥା ଦୁଧ = ସ୍ତନ ଡକ୍ଟର ଖଗେଶ୍ୱର ମହାପାତ୍ର ମଧ୍ୟ ତାଙ୍କ ‘ଓଡିଆ ଲିପି ଓ ଭାଷା’ରେ ଦେଶିଆ, ଝରିଆ, ଭତରୀ ଆଦିର ଯେଉଁ ଆଲୋଚନା କରିଛନ୍ତି, ତାହା ଏସବୁକୁ ଓଡିଆର ହିଁ ଉପଭାଷା ବୋଲି ବିଚାର କରିଥିବାରୁ ବହୁପ୍ରମାଦଦୃଷ୍ଟି ଗୋଚର ହୁଏ । ବାସ୍ତବରେ ଏ ସବୁ କୋଶଲୀ ଭାଷାର ଉପଭାଷା । ସପ୍ତ କୋଶଳ ମଧ୍ୟରୁ କଳିଙ୍ଗ-କୋଶଳର ଭାଷା ।
।। ଇତ୍ୟଲମ୍ ବିସ୍ତରେଣ ବିଦ୍ୱତ୍ସୁ ।ା

Previous ArticleNext Article