Art & Culture, Home

କୋଶଲୀ ପତ୍ରିକା ‘କୁରେ ପତର’ ଉନ୍ମୋଚନୀ ଉତ୍ସବ

Spread the love
ତା: 13/ 9/ 18 ନୁଆଁଖାଇ ଉପାସ, ଗଣେଶ ପୂଜା ତୁକଲା ପଂଚାୟତ ରାଜୀବ ଭବନ ଠାରେ ‘ସୁଂଦର-ଅର୍ଜୁନ କୋଶଲୀ ସାହିତ୍ୟ ସଂସଦ, କୋଶଲ ‘ ଦ୍ବାରା କୋଶଲୀ ପତ୍ରିକା ‘କୁରେ ପତର’ର ପ୍ରଥମ ସଂଖ୍ୟା, ପହେଲା ପତର-ନୁଆଁଖାଇ-୨୦୧୮’ର ଉନ୍ମୋଚନୀ ଉତ୍ସବ ଓ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବରେ ନାଟ୍ୟଗୁରୁ ଦେବାର୍ଚନ ମେହେର, ସମ୍ମାନିତ ଅତିଥି ଭାବରେ  ସମାଜସେବୀ ଦିନେଶ ତିୱାରୀ, ତୁକୁଲା ଗ୍ରାମର ପୂର୍ବତନ ସରପଂଚ ଦେବୀ ଚରଣ ମେହେର, ପ୍ରଶାଂତ ଦାଶ ଓ ମୁଖ୍ୟବକ୍ତା ଭାବରେ ଗବେଷକ, କବି ଚିଂତାମଣି ହଂସ, ସମ୍ମାନିତ ବକ୍ତାଭାବରେ ଲେଖକ ଧନେଶ୍ବର ବାରିକ ତଥା ସଭାପତି ଭାବରେ କୋଶଲୀ କବି ବ୍ରଜମୋହନ ମେହେର କାର୍ଯଭାର ପରିଚାଳନା କରିଥିଲେ।
ସୁଂଦର ଅର୍ଜୁନ ସାହିତ୍ୟ ସଂସଦର ଅନ୍ୟତମ ସଭ୍ୟ କନକ ବର୍ଧନ ସାହୁ ଆମଂତ୍ରଣ ଓ ପରିଚୟ ପ୍ରଦାନ କରିବା ପରେ ଅଗ୍ରପୂଜ୍ୟ ଗଜାନନ ଗଣେଶଂକ ପୂଜାର୍ଚନ କରିବା ପରେ ସଭାକାର୍ଯ ଆରଂଭ ହୋଇଥିଲା। ଏଥିରେ ସୁଂଦର ଅର୍ଜୁନ କୋଶଲୀ ସାହିତ୍ୟ ସଂସଦର ସଂପାଦକ  ଶ୍ରୀ ବିକେଶ କୁମାର ସାହୁ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି, ସମ୍ମାନିତ ଅତିଥିମାନେ, ସମ୍ମାନିତ ବକ୍ତା, ମୁଖ୍ୟବକ୍ତା ପ୍ରମୁଖ ତାଂକର ସୁଚିଂତିତ ଅଭିବ୍ୟକ୍ତି ରଖିଥିଲେ। ମୁଖ୍ୟବକ୍ତାଂକ ହୃଦୟ ଆନନଂଦକାରୀ ଭାଷଣ ପରେ ସଭାପତି ତାଂକର ଅଭିଭାଷଣ ରଖିଥିଲେ। ତାପରେ ‘କୁରେ ପତର ‘ ପତ୍ରିକାର ଉନ୍ମୋଚନ କରାଯାଇଥିଲା।
ଏହାପରେ କବିତା ପାଠୋତ୍ସବରେ ଶ୍ରୀ ବିକେଶ କୁମାର ସାହୁ କବିତା ସଂଯୋଜନା କରିଥିଲେ। କବିମାନେ ତାଂକର ସ୍ବରଚିତ ସୁଂଦର ସୁଂଦର କବିତା ଗୁଡ଼ିକ ଆବୃତ୍ତି କରିଥିଲେ।  ତାପରେ ଧନ୍ୟବାଦ ଜଣାଇଥିଲେ ଯୁଗଲ କିଶୋର ପଟେଲ ସମସ୍ତ ଅତିଥି ତଥା ସେଠାରେ ଉପସ୍ଥିତ ହୋଇଥିବା ସମସ୍ତ ସୁଧୀଜନଂକୁ। ତାପରେ ସଭାକାର୍ଯଟି ସାଂଗ ହୋଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଇନଜୀବୀ ଅକ୍ଷୟ ମେହେର , ଲିଂଗରାଜ ମେହେର, ଆଦିତ୍ୟ ହୋତା, ଦୂର୍ବାଦଳ ମେହେର, ଈଶ୍ବର ମେହେର ତଥା ନୁଆଁପଡ଼ା ଓ ବଲାଂଗିର ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟ ସଂସ୍କୃତିପ୍ରେମୀ ଯୋଗଦାନ କରି ଉକ୍ତ ସଭାକୁ ସାଫଲ୍ୟମଂଡିତ କରିଥିଲେ।
Previous ArticleNext Article