Art & Culture, Entertainment, Home

କୁଲିହାଘର: ସାକେତ

Spread the love

ସେସକେ ସବି ଜିତି ହିଁ ଗଲା । ଆଏଜ ତାର ମନର ମୁନୁସକେ ଭେଟବା । ପାହା ତଲେ ନାଇଁ ଲାଗବାର ।
ଦୁଇ ବଛର ତଲର ଜୁଡେ ମନର ଲୁକାଚୁରା ଭେଟଘାଟ ଜେତେବେଲେ ସବିର ବାପାଠାନେ ଧରାପଡି଼ ଜେଇଥିଲା; ଆର ପାଁଚ ଲୋକରନୁ ପାଁଚଟା କଥା ସୁନିକରି ତାକର ମୁଡ଼ ସରମେ ତଲ ହେଇଜଉ; ତାର ଆଘୋନୁ ଜୁଡ଼େ ଭାବର ଦିଆନିଆଁକେ-ସମକିରର ସାମନେ, ସମାଜର ଆଗାଡେ-ଜୁଡେ ଘରର ଦିଆନିଆଁଥି ବଦଲେଇ ଦେଲେ । ନେହେଲେ ସବିଜେ ତାକର ଗୁଟେବଲି ଝି ।
ଆଏଜ ସବିର ବିହାଘର । ଝୁଟି, ଆମ-ତୁରନ, ବମ-କାଗଜ, ଜରି-କାଗଜଥି ଘରଟା ଝଲକି ଜଉଛେ । ଦୁଲଦୁଲି, ହୁଲହୁଲିଥି ପରାଟା ଗହଗହ ଲାଗୁଛେ ।
“ସବି, ହାଦେ ତୋର ବଉଲ ଘରେ ଆଏଲେ ନ । ଜରେ ମାଁ ଜ, ଭିତରକେ ଜ ।” ରାଂଧନିଆ ମାନକୁ ଜିନିସ ପତର ବାହାର କରେଇ ଦଉନ ଦଉନ କହେଲେ ସବିର ମାଁ ।
ଆଏଜ କାହାରିର ଫୁର୍ସତ ନେଇଁ । ସବକେ ସବ ଲାଗି ପଡିଛନ କେନ ଗୁଟେ ବଢ଼େଟେ ସେତୁବଂଧା କାମେ । ସତେ ଜେନ୍ତା ଇ ସେତୁ ତାହାକୁ ବେଲଉଦବାର ଆଘୋନୁ ବାଂଧବାରକେ ପଡ଼ବା । ଇଟା ରଜାର ଆଦେସ ଆଏ ।
ସବିକେ ତାର ବଉଲ, ମକର, ସାଂଗ, ସଏରତା ସଜେଇ ଦଉଛନ । ମେହେଂଦି, ଅଏଲତା, କଜଲ, କୁମକୁମ ଜେନ ଜେନଟା ଜେନଜେନ ଠାନେ ମଖାବାର କଥା ମଖେଇ ଦଉଥାନ । ସଜାଲା ବେଲକେ ମଝି ମଝି ତାକର ତାକର ଭିତ୍ରେ କାଏଁ କାଏଁ କଥା ହେଇକରି ସୋଜ ସୋଜ ହଁସି ପକଉଥାନ । ସବିର ସାଂଗମାନେ ଜେତିକି ହଁସନ, ସବି ସେତିକି ଲାଜେ ହୁଏ ।
ବାରଣ୍ଡାନ ଛୁଆମାନେ ଗୁଗାଲେ, “ସେମାନେ ଆଏଲେନ, ଆଏଲେନ, ଇସକୁଲନ ଅଛନ, ଚାଲଦେଖିଜିମା” ।
ସବିର ମାଁ ନରଦି ଆଏଲେ, “ଏ ନୁନି ମାନେ ଟିକେ ଝଟକରି ସାର ସେମାନେ ଆଏଲେନ ପରେ” ।
ସବିକେ ସଜେଇ ସାରିଥିଲେନ, ଖାଲି ସେସଥରର ଲାଗି ଦେଖି ନଉଥିଲେ ଜେ ଜେନଜେନଟା ଜେନ ଜେନ ଠାନେ ଲାଗବାର କଥା ଲାଗିଛେ କି ନେଇଁ । ସତେ ଜେନ୍ତା ଗୁର୍ଦୁ ଦିନର ଅସଫଲ କାରିଗରଟେ ଆଏଜ ତାର ମାସ୍ଟରପିସର ଫିନିସିଂଗ ଟଚ ଦଉଛେ । ଆଏଜ ସେ ସଫଲ ହେବା ।
ସବି କେନ ପୁରାଣର, ଗୁର୍ଦୁଦିନୁ ବାପ ହେବାର ଇଛାଥି ଜଗ୍ୟଁ କରିକରି ଝିଟେ ପାଇଥିବାର, ରଜାର ଝି ବାଗିର ଦିସୁଥାଏ ।
ଉପର ମହଲାନୁ ବରାତ ଦେଖୁଥିବାର ଛୁଆମାନେ ‘ହୋ’କରି ନର୍ଦିି ଆଏଲେ । ଘରର ଭୁଆସେନମାନେ ଜାଗର ବଏଠା ଧରି ନର୍ଦି ଆଏଲେ । ବଜା ବାଜୁଛେ, ବରତିଏ ନାଚୁଛନ ଗାଁ ଖୁଇଲ ଦୁଲକି ଜଉଛେ । ଘରର ପୁରଖାମାନେ ବରପିଲାକେ ପର୍ଘେଇ ଆନଲେ । ମାଏଝି ଟୁକେଲ ଗାଲ ସେଁକଲେ, ହାତ ଧରିକରି ବେଦିସାଲକେ କଢେଇନେଲେ । ବାଭନ ମଂତ୍ର ପଢଲା, ବିହା ମୁଲହେଲା ଆର ଠିକ ହାତ ବଂଧନ ପଡଲା ବେଲକେ ବରାତି ପାଟିର ପିଲାଟେ ଆସି ବରପିଲାର କାନେ କାଣା ଫୁସୁର ଫୁସୁର କଲା । ବରପିଲା ଟଂଗ ଟାଂଗ କରି ଉଠଲା ।
“ଇଟା କାଣା ଗୁଟେ ଫାରସ ଲଗେଇଛନ, ନାଇଁ ହୁଏଁ ବିହା ।”
ଟୁକେଲ ଘରର ଜେତେ ସିଆନ ପୁରଖା ବୁଢାଲୋକ ବେଦିନୁ ଉଠି ପଲେଇଜଉଥିବାର ଦୁହି ପିଲାକୁ ଘେରିନେଲେ । ପହେଲା ବୁଢାମାନେ ବୁଝେଇ ଦେଖଲେ ।
“ଦେଖ ବାବୁ, ଜାହାତ ହେଲାନ ହେଲାନ । ଆମେ ନାଇଁ ଜାନି, ଆମର ଭୁଲ ହେଇଗଲା । ଚାଲ, ବେଦି ଛାଡିକରି ଏନ୍ତା ନାଇଁ ଉଠି ଆସନ । ବନେ ନୁହେସେ ଇଟା ।”
ବରପିଲାର ଆଡୁ ଆର ଝନଦୁ ଢୁଁଡି ହେଲେ ସେନ ।
– ଆମେ କାଣା ଇନକେ ଲେଥା ଖାଏବାର ଲାଗି ଏଇଥିଲୁଁ?
– ଦେଖ ବାବୁ ତମେତ ଜାନିଛ ଆମର ଜାତି ମାଂସ ମନା ହେଇଛେ ।
-କିଏ କହେଲା ହୋ, ଏରିଆ ଜାକିର ଲୁକେତ କରୁଛନ, ହେମାନକୁ ତ କେନସି ଜାଏତ ମନା ନି କରବାର ଆର ଖାଲି ତମକୁ ଏକବାରି ଧରୁଛନ । ଜ ଜ, ନି ଦେଇ ପାରୁଁ ବଏଲେ ତ ପଟିଜାଏତା ।
ବୁଢା ମାନକର ଠାନେ ଆର ଉତର ନି ଥେଇ ନ । ସବେ ସବିର ବାପାକେ ଦେଖୁଥିଲେ । ମୁହଁ ତାକର ଲାଲ ଦିସୁଥିଲା, ଆଁଖିର ପାଏଁନ ତରା ତରା ହେଇ ଜଉଥିଲା, ଚଏଣ ଥରି ଜଉଥିଲା କାଣା ପଦେ କହେମି ବଲି ହେଲେ କହି ନି ପାରୁଥେଇ ।
ବରପିଲା ଫିରିଜଉଥିଲା । ମନର ଆଲବମଥି ଲଟକିଲା ଦୁଇ ବଛର ତଲର ଗୁଟେଗୁଟେ ଫଟୁ ଆଲବମନୁ ବାହାରିକରି ଛିଛି ବିଛି ହଉଥିଲା ପବନେ ଆର ଫେର ମିସି ଜଉଥିଲା ଧୁଲି ।
ଜୁଡେନିଜୁଡେ ହେଲା ସଦ୍ୟବନା ସେତୁ ନୁ ଛଁଚା ଘିଚି ନେବାରକେ ସେତୁ ଧସକି ବିଦରି ଜଉଥିଲା ଛୁଆକର କୁଲିହାଘର ବାଗିର ।

Previous ArticleNext Article