Art & Culture, Home

କବାର/ହଲିଆ ଗିତ:କୋସଲି ସାହିତ୍ୟ ର ଇତିହାସ

Spread the love

ଗିତ ଆର କାମ ଜଁଲାଜିଁଆ । କମିହାଁ ଗିତେ ହଜି ଜାଏସି । ମଏଧାନ ର ଖରା, ସରାବନର ଝଁକେର, ପୁସର ପବନ କିଛି ନି ବାଧେ । ନିଜର ଗିତର ଧୁନ ଥି ଜିବନ ଆର ସମାଜ ର ବର୍ନନା କରି ବିଭୋର ହେଇଜାଏସି । ଇ କରମ ଗିତ କେ ମୁନୁସ ଆର ମାହେଜି ଗାଏବାର ଅନସାରେ ଦୁଇଭାଗ କରା ଜେଇପାରେ । ସେ ଭିତ୍ରୁ ମୁନୁସିଲା ଗଉଥିବାର ଗିତ କେ ହଲିଆ ଗିତ କହେସନ । ସରାବନର ଝଁକେର ପାନି, ପୁସର ଥୁରଥୁରା ସିତେ ହଲିଆ ହଲ ଜୁତସି, ଧାନ ମଡାସି । ତାର ହାଡଭଂଗା ମେହନତେ ସାଁକାରର ଭଦରି ପୁରସି ହେଲେ ହଲିଆ କେ ତାର ମାସରି କେଭେ ନି ଅଁଟେ । ତାର ପରାନ ଛଟଛଟେଇ ଜାଏସି:

ବଏଲା ରେ କାଲିର ର ଖରା ଠାନୁ ଜେ
ଆଜିର ଖରା ଟାନ
ଭୁତି ତାମିକିଆ ଗୁଢି ଜିବନ
ଜିବନ ଘିନଇ ପରାଣ ହୋ… ।

ଦୁଖି ଜାନେ ଦୁଖର କଥା । ହଲିଆର ସାଂଗ ବଲଦ, ବେଲ ଉଛୁର ହେଲେ ହଲ-ହଲିଆ କେ ବାଧସି । ବଲଦର ଟୁଣ ନି ଫୁଟେ ହେଲେ ପାହା ସୁସ୍ତା ହୋଜାଏସି । ହଲିଆର ମନ ସାଁକାର ନି ଜାନେ ହେଲେ ହଲର ମନ ହଲିଆ ବୁଝସି ଆର ଗାଏସି:
ବଏଲାରେ,
ଚାଲ ଚାଲ ବଲଦରେ ନକର ଭାଲେଣି
ସୋଇବ ସିତଲ ଛାଇ ଜାଣିରେ ।

ହଲିଆ ଜେତେବେଲେ ଝାରକେ କାଟକାଟି ଜାଏସି, ଛିନା ଝାରେ ନିଜକେ ଏକଲା ନେଇଁ ଭାବେ । ବଲଦ ବାଗିର ଘର ପୁସା ଜନ୍ତୁମାନକୁ ନିଜର ସାଂଗ ବନେଇ କରି ଗାଏସି:
ବଏଲାରେ,
ଝାରର ଭିତରକୁ ପସିଗଲି ଏକା
କେହି ନାହିଁ ବଂଧୁରେ ବାଂଧବ
ବାଂଧବରେ ଝାରର ଜନ୍ତୁ ସଖାରେ ।
ଖରାମାସେ ଝାରେ ଜାନ୍ତକେ ଅଜାନ୍ତକେ ଜୁଏ ଲାଗିଜାଏସି । ପ୍ରକୃତି ନାରଖାର ହେଇଜାଏସି । ହଲିଆ ର ମନ କାନ୍ଦସି । ସବୁ ଦୋସ ଆର ପାପ କାମକେ ନିନ୍ଦା କରସି:

ବଏଲାରେ,
ଜନମ ହେଲୁ ବଲାରେ ଅଭେଲ କୁମର
ନିଆଁ ଲଗାଇଲୁ ବନସ୍ତ ଭିତର
ଜେତେ ଜିବଜଂତୁ ମରିଲେ
ମରିଲେରେ, ସେ ପାପ କାହାରରେ ।
ହଲିଆ ଅବିହାରି ହେଇଥିଲେ ତାର ବହୁ ଥିର ଆନିଦେସି । ଖରାଦିନେ ଜାମଗଛ ତଲେ କାଁକର ଲାଗସି ସେଥିର ଲାଗି ତାର ବହୁ ମନା କରସି ଜାମ ଡାଲ ଭାଂଗବାର କେ । ସେ କଥା ସେ ସୋର କରସି:
ବଏଲାରେ,
ସବୁ ଡାଲ ଭାଂଗିବ ଦିଅର ଜାମୁଡାଲ ନାଇଁରେ
ଆହା ଜାମୁ ଡାଲ ହେମ କାକର
ଆରେ କାକର ଖରାର ବେଲେ ଛାଇ ହୋ ।

ହଲିଆ ମନ ଭିତ୍ରେ ମନର କଥା ଦବେଇ ଦେଇଥିସି । ଛିନାଛକା ସଜ ପାଏଲେ ବଲଦକେ ସୁନାସି:
ବାଟର ବିନୁଆଁ ଗଛ ଗାତ ଥିି ତ ପଡେ ମହୁ
ଆଗର ପାନତି ରେ ଗା କାହାଘର ବହୁରେ
ଏ, ବହୁ ତ ଫୁଲମାଲେ ଦେମି ପରେ ବହୁ ଗା
ମୋର ଘରେ ଛନେ ରହୁ ହୋ ।
ହଲିଆ ତାର ଗିତେ ଦେ ଦେବତାକୁ ବି ସରଗୁ ଉତରେଇ ଆନସି ଖେତକେ ।

ସେମାନେ କୁଟୁମ ବସିଆ ଚାସ କରସନ ବେଲକେ ହଲିଆ ଗାଏସି:
ବଏଲାରେ,
ରାମ ଲଇଖନ ଜେ ଦୁଇଗୋଟି ଭାଇ
କେ ଫାନ୍ଦେ ନଂଗଲ ଜେ କେ ଫାନ୍ଦେ ଆଡ ମଇ
କାଦୋ କରିଛନ ଗଜବାହାଲେ
ଗଜ ବାହାଲେ କେଁ, ସିତୟା ଜିବେ ରୁଇ ହୋ… ।

ସେ ପାଠୁଆ ପଣ୍ଡିତ ମାନକୁ ସଁକିରସି ହେଥିର ଲାଗି ତାର ସାଂଗ ବଲଦ କେ ପଚରାସି:
ବଏଲାରେ,
ଏକ ଗୁଟି ଡିମ କୁ ଜେ ଦୁଇ ଗୁଟି ଛୁଆ
ଗୁଟେ ନିଲବର୍ନ ଜେ ଗୁଟେ ଧଉଲିଆ ହୋ
ଡେନା ନାଇଁ ପଖିତ ସୁନ୍ୟରେ ଉଡୁଛେ
ପାନି ନାଇଁ ହଂସରେ ଚହଲା ମାରୁଛେ,
ପାଠ କରି ଦେବୁ ଭାଇ ପଂଡିତ ମୁରୁଖ ପଚାରୁଛେ ହୋ ।

ହଲିଆ ଗିତେ ସାମାଜିକ ଛଏଁରା ବି ଦିସସି । ଲୋକର ବିସାସ, ଭୁତପ୍ରେତ, ରିତିନିତି ଚାଲି ଚଲନ ଝଲକିସି ।
ବଏଲାରେ
ଗୁର ଗଉଡ ଗୁପେ ହୋଇଲେରେ ବାଇ
କାହ୍ନୁ ସାଂଗେ ଗଲେ ଜେ ତାଲ ସଜ ଖାଇ
ତାଲ ତଲ ଭୁତରେ ମାତଇ ଅବେଲ କହ୍ନାଇରେ ।
କୋସଲି ମାହେଜି ଉସା ବରତ ବଦିଆଁ କରସି । ସେଟାକେ ଦେଖି ହଲିଆ ଗାଏସି:
ବଏଲାରେ,
କାଲି ଗୁରି କରି ଦୁହେଁ କରିଲେରେ ଉସା
କାଲି ପେଟେ ବାଲି ର ଜନମ
ଆରେ ଜନମ, ଗୁରି ର କୁଲ ଛୁଛା ରେ, ହ ।

ତାର ସାଁକୁର ମର୍ଲା ଭିତରେ ରାମାୟଣ, ମହାଭାରତ, ହରିବଂସ ବାଗିର ପୁରାନ ଗାଇଦେସି; ଗୁଟେ ପଦେ ଗୁଟେ ଅଧିଆ । ସେଥି ଅଲଂକାର ନାଇଁ ଥେ, ରସ ଥିସି, ଚାତୁରି ନେଇଁ ଥେ, ମାଧୁରି ଥିସି, ବର୍ନନା ନେଇଁ ହେଲେ ବ୍ୟଂଜନା ଅଛେ ।
ବଏଲାରେ,
ଦୁଲି ତ ଦୁଲିରେ ସିଆଲି ଲଟା ଦୁଲି
ଦୁଲି ଝୁଲୁଥିଲେ ପ୍ରଭୁ ବନମାଲିରେ
ଆହା, ଝାରେ ବୁଲୁଥିଲା ଜାରା ସବର
ମାଇଲା ମୃଗ ବୋଲିରେ ।
ବଏଲାରେ, ମାଇଲା ସବର ତୋହର ଦୋସ ନାହିଁ
ତୋହର ବାପକୁ ମାରିଥିଲିଁ ମୁହିଁ
ଆହା ପିତା ମରା ରୁଣ ଜେଭେ ସୁଝିଲୁ
ସୁଝିଲୁ ସବର ପୁଅ ତୁହିରେ ।

ହଲିଆ ଗିତ ପ୍ରାୟ ତିନ ପାଦ ଥିସି । ଠାନ ଠାନ ପାଁଚ ଛ ଚରଣ ବି ଲମସି । ହଲିଆର ପାରିବାରିକ, ସାମାଜିକ ଜିବନ ସାଂଗେ ପୁରାଣ କଥା ବି ହଲିଆ ହେଇ ଜାଏସି । ହଲିଆର ସିରଜିନା ବେଜୋଡ, ଅନୁଭୁତି ଜେତକି ବାସ୍ତବ ସେତକି ସରସ ସୁନ୍ଦର ଆର ମନଉଲସ୍ୟା ।

Previous ArticleNext Article