Art & Culture, Entertainment, Home

କଥାତୁ : ସାକେତ

Spread the love

ଫି ଦିନର ଜୁହ୍ନା ବଏସ୍ରା ବାଗିର ବଢ଼େପୁରୁ ମୁଠେ ଖେଇଦେଇ ଦୁର୍ଗାକୁଠି ନ ପଟିପୁଟା ସଜକରି ତାର ଫି ଦିନିଆ ବଏଠକି ମୁଲକରବାରକେ ବସିପଡ଼ଲା । କଲେ ଜେନ ଭାଂଗ ଚେପେଇଥିଲା ସେଟା ବି ଥୁକିଥୁକା କରି ଟଁଟି ସାଫ କଲା ।

ରାଜା, ମଂତ୍ରି, ସେନାପତି, ଘଟୁଆଲ, ଚଟୁଆଲ, ସାଧେବ ବୁଡ଼ା, ରଜା ର ଝି, ରଜାର ପୁଓ, ମାଲେନ ବୁଢି, ମାନକି ଛେଲ, ଭୋକ ଲଡୁ, ସୋସ ଲଡୁ ସବ ହୁଇହୁଟା; ମୁଇଁ ମୁଇଁ ମୁଇଁ । ଗୁଟ ଗୁଟ କରି ପୁତଲି ନାଚର ପୁତଲି ମାନକର ବାଗିର ଆଁଖିର ପର୍ଦାନ ଥିରଥିରଉଛନ । ଖାଲି ରସି ଢିଲବାର ବେଲ । ହେଲେ କଥାତୁ ତୁମ । ଆଖେ ପାଖେ କିହେ ନେଇଁ । ଭଟାର ପର୍ଛି ଥି ଖାଲି ଛେଲ ଟେ ବଂଧା ହେଇଥାଏ । ଖଇସ ଡାଲ ଛାଡିଦେଇ ତରାଥି ଅଜେଇହେଲା କୁଟାକାଟିକେ ସୁଂଘୁଥିଲା ।

କଥାତୁର ସୋର ନେଇଁ, ସଖାଲ ବେଲି ଭଟାନୁ ଫିରଲା ବେଲେ ସେ ତାର ଅଜାନ୍ତକେ ଭେରୁଝାଁଟକେ ଘୁଁସରାତେଲ ଆନଲା ବେଲେ କେତେ ପୁଆଲ କୁଟାକାଟି ସାଁକଲି ଆନିଥିଲା ଜେ ।

ପୁରାନ ବସଲା ବାଗିର ଗାଁ ଗାଁ କଥାତୁ ର କଥାନି ବସୁଥିଲା । କଥାତୁ ଫୁଲମାଲେ ତାଁପି ହଉଥିଲା । କୁଟା କୁଟା ଚଉଲ, ଦାଏଲ, ଧୁତି, ନଡିଆ, ଅଢିଆ ମିଲୁଥିଲା । ପଁଚ ଭଲଲୋକ ବାଗିର ତାର ମାଏନ । ଆର ତ ଆର ବାଲମତି ବାଲା ବଏଲେ ତାହାକେ ସବ ଜାନୁଥିଲେ ।

ଜେନ ଗାଁକେ କୁନୁଆଁ ଗଲେ, କୁନୁଆଁ କରିଥିବାର ଘରର ପିଣା ବେଲ ବୁଡୁନ ସାଏର ପୁରତୁନୁ । ଦୁଇ ଦିନର ଲାଗି କୁନୁଆଁ ଜେଇଥିବା ହେଲେ ଦୁଇ ଦିନଟା ତିନ ଦିନ, ଚାଏର ଦିନ, ହପତେ ହେଇଜାଏ ।

ଲୋକ ବଂଧଘାଟେ, ପାନଦୁକାନେ ଜୁଗି ବଇସଥାନ ନ୍ୟୁତା ଦେବାରକେ । ଆମର ପରେବି କହୁଥିଲେ ହୋ ବସତାଁ ନିକେଁ ଘାଏ ଆମର ପିଣାନ । ଆର କାହାକେ ହଁ ନି ବଲି ଦେଇତ; ବଢ଼େପୁରୁ ଟିକେ ବସମାଁ; ମୁଇଁ ଡାଖି ଆଏମିଁ ଜେ; ଦେଖ ତିନେ ଆର କାହାକେ ହଁ ନି ବଲିଦେବ ସେ ।

କାଏଲ ବେଲବୁଡେ ହେ ପିଣା ସାଁକୁର ହେଲା ବଲି ସବେ ସୁନି ନି ପାରଲେ । ଆଏଜ ବେଲବୁଡାକେ ଆମର ପିଣାନ ବସମାଁ । ଆଏଜ ବେଲେ ରହିଜ ହୋ ମାହାପ୍ରୁ, ମାହେଜି ଟୁକେଲ ବଢା ସଉକ କରୁଛନ । କବାର କମ ଉସ୍ତାରକରି କରି ମଏଧାନିଆଁ ସବ କରମାଗୁଡି ନ ଠୋଲ ହେବେ । ବାଲମତି କଥାନି ନି ସୁନବାରତକ ତମକୁ ନି ଜେଇଦଉଁ ବଲୁଛନ ।

ବାଲମତି…ରାଜକୁମାରି ବାଲମତି । ଆହା ! ବୁପରି, ଗୁଲଗୁଲା ପସରା । କେତେ ଛଟପଟ ; ବାଏବି କହ । କୁଆଁରି ଟୁକେଲ; ଲୁକି ଲୁକି ସାବିତ୍ରି ବରତ କରୁଛେ । ମନେ ମନେ ବିହା ହେଇଦେଇଛେ ସଂଭୁକେ । ଜାହିଁ ଦେଖଲେ ତାହିଁ ସଂଭୁ । ସଂଭୁ, ସଂଭୁ, ସଂଭୁ; ହମିସା ସଂଭୁ । ଗଛେ, ପତ୍ରେ, ଡାଲେ, ଝରନେ ନଦିର ପାନି ; ମହଲେ, ମହଲର ଫି ବଖ୍ରାନ; ପିଣା, ପରଛି, ଦୁଆରେ, ଗୁମାନ । ସବୁନ ସବୁନ ସଂଭୁ । ବୋଲ ବୋଲ ଖୁପା ଢିଲୁଥିସି ଖୁସୁଥିସି, ପନତକେ ଗୁରେହି ଦେଖୁଥିସି, ମୁଡେ ଉରନା କରୁଥିସି ।

କାହାରିର ନାଇଁ ସୁନେ, ସବୁ ତାର ମନେ ମନେ । ପବନକେ ଫିସିର ଫିସିର କରି କାନେ କହେସି, କେନ ଅଛେ, କାଣା କରୁଛେ ଜା ଟିକେ ଦେଖି ଆଏବୁ ବଲସି । ପବନ ବି ତାର ବୋଲକଲା ବାଗିର ଆକଟ କରି ତାର ପନତେ ଲେଦରେଇ ଘେଁସରେଇ ହେସି । ଜନକେ ଦେଖଲେ ଠ’ରି ନି ପାରେ । ନର୍ଦିଜାଏସି ଝରକା ନିକେ । ଜନ ଠାନେ ତାର ସବୁ ହାରି ଗୁହାରି, ରୁସାଫୁଲା । ଜନ ସବୁ ସୁନସି, ସୁନବାର କେ ନାଇଁ ହଦ୍ରେ, ଫି ଦିନ ସୁନସି ହେଲେ ଅଦିବାଦ ଟୁଣ ନି ଫିଟାବାର ତାଏଲ ।

ବାକି କିହେ ସାହାସ ନି କରନ । ଖାଲି ମାଲେନ ବୁଢି ଟିକେ ଦମ କରସି । ଆଘୋ କହୁଥିଲା, ବୁଇ ମଂତ୍ରିର ପୁଓ ଅପସନ ତ ନେଇନ । ବଡ଼ କଥା ହେଲା ପିଲା ବଢା ହୁସିଆର ଆଏ । ଆର ମାଁ ବାପ କହୁଛନ ବେଲେ ସବୁ ଭାବି ବିଚାରି କହୁଥିବେ । ଏଭେ ବୁଢି ଆଏସି, ତକ୍ତାନ ଫୁଲ ରଖିଦେସି ଆର ଜାଏସି । ତକ୍ତାର ଫୁଲ ତକ୍ତାନ ହେନ୍ତା ପଡି ରହେସି । ମନର ବାଏରତ ମୁରଝେଇ ଜେଇଛେ, ଇ ଫୁଲ…? ମରିତ ସାଏଲିଁନ, ଖାଲି ଦିହଁଟା ରହେଲା । ଉଚକି ହେଲେ, ବିସ ଖେଇଦେଲେ ରଜାରାନି ବାଟ ଚାଲି ନି ପାରନ । ନେହେଲେ ଖାଲି ମରନ କେ ଟାଖିଛେଁ ଆର କିଛିି ନେଇଁ ।

ବେଲ ଉଦିଗଲା ନ ହେଲେ ଗୁମସୁମ ଜନ ଖଁସରି ନି ପାରବାର । ଖୁଟା ଥି ବଂଧା ଛେଲ ପେଟଲେଇ ପଡିଥାଏ । ଅଦିନିଆ ଗରେଲକେ କୁଟାକଟି, ଖଇସଡାଲ ଆର ରାମଲିଲାର ମୁଖାସବୁ ବିଛିି ଛିଛି ହେଇ ପଡିଥାଏ; ମାନ କଥାତୁର ଆଁଖୁ ପୁତଲିମାନେ ଛିତରି ହେଇପଡିଛନ; ବଖ୍ରା ଜାକର । ହେଲେ କଥାତୁ ଅଚଲ, ବେପରୱା, ମୋହ ଟୁଟେଇ ଦେଲା ବଲବ । ସେ ଭାତଖିଆବେଲୁ ହେନ୍ତା କାଁଥି ଥି ଜେନ ଛଁଛେ ଉଧେଇ ହେଇଥିଲା ଜେ ସେ ଛଁଛେ ଥିଲାନ, ବଲବ କେନର ନ ଦେଖଲାର କଥାନି ବାଂଧବାରଥି ଭୋଲ ଜେଇଛେ ।

Previous ArticleNext Article