Education, Home

ଇନ୍ଟର୍ଭ୍ୟୁ ଲାଗି ଟିପ୍ସ

Spread the love

‘ନୌକରି’ ଆର ‘ଚାକିରି’ ଇ ଦୁଇଟା ସବ୍ଦକେ ଭଲକରି କେଭେଁ ପରଖିଛନ କେଁ ? ଇ ଦୁଇଟା ଏଜ କେଲ ଜୁଗର ବଡ଼ ପନିଆଁର ଚିହ୍ନା ଏ କହେଲେଁ ଭୁଲ ନାଇଁ ହୁଏ ବୋଧେ । ହେଲେଁ ଟିକେ ଅନୁମାନ କରୁନ ତ! ମୋର ହିସାବେ ତ ‘ନୌକର ନୁ ନୌକରି’ ଆର ‘ଚାକର’ ନୁ ‘ଚାକିରି’ ବାହାରିଛେ । ଆଘୋ କାଲେ ରଜା ମାହାରାଜ ନୁ ଚାସି, ସୁଖବାସି, ଗଁତିଆ, ବିର୍ତିଆ ନୁ ପାନ ଦୁକାନି ତକ ଚାକରଟେ ଗୁତିଟେ କି ପିଲାଟେ ରଖବାର ଆଘୋନୁ ତିକରେଇ ତିକରେଇ ତାର ବାବଦ ଥି ବୁଝୁଥିଲେ, ଜାନବାର ଲାଗି ଚାହୁଁଥିଲେ । ହେ ପରିଖ୍ୟା କହୁନ କି ଜଣେ କେ ଭିତରିଆ ଜାନବାର ତରିକା କହୁନ, ତାକେ ଏଜ କେଲ ‘ଇନ୍ଟରଭ୍ୟୁ’ ନାଁ ଦିଆ ହେଉଛେ ।
ଆମେ ସଭେ ଜାନିଛୁଁ, ‘ଇନ୍ଟରଭ୍ୟୁ’ ର ନାଁ ସୁନଲେଁ ଟିକେ, ସମକୁ ଗହଦି ଜେସି, ସେ ନୁଆଁ (freshers) ହଉକି ଅଭିଗ୍ୟଁ (experienced) ଚାକରିଆ ହଉ । ହେଲେଁ ହେଥିଁ ଘବରାବାର ଲେଖେଁ ହେନ୍ତା କିଛି ନାଇଁନ । ଜଣେ ଜଦି ଆପଣଙ୍କୁ ଡ଼ାକିଛନ ମାନେ ସେ ବିସ୍ୱାସ କରସନ ଆର ସେ ନିସଚିନ୍ତ ହେବାର ଲାଗି ଚାହେଁସନ ଜେ, ଆପଣ ତାକର ଚାକରି ଲାଗି ଫିଟ ଆନ ବଲି । ଆର ଅଲଗା ହିସାବେ ଭାବଲେ ଆପଣ ବି ସେ ଚାକିରି ଲାଗି ଫିଟ କି ନୁହେଁ, ହେଟା ଇନ୍ଟରଭ୍ୟୁ ହିଁ ଜନାସି । ଇଥିଁ ଡ଼ରବାର, ଘବରାବାର କି ଦୁଖମନା ହେବାର ଦରକାର ନାଇଁସେ । ଇନ୍ଟରଭ୍ୟୁ ର ମାନେ ନୁହେଁ ଜେ ଜିଏ, ଇନ୍ଟରଭ୍ୟୁ ଦେଇ ଏବା ସେ ସବୁ ଜାନିଥିବାର କଥା । ବହୁତ ଥର ତ ନିଜର ଭାବନା (thinking), ବିଚାର (idea), ଆଉ ନିଜକେ ସାମନାବାଲା ର ଆଘେ ଭଲ କରି ଥାପନା କରବାର କଲା ହିଁ ଇନ୍ଟରଭ୍ୟୁ ନୁ ସାଫୁଲ କରସି ।

ଚାକିରି ଖୁଜବାର କି ବଦଲାବାର ଆଗରୁ କାଣା କରବାର କଥା
(୧) ସଂସ୍ଥା, ପାହ୍ୟା, ଆଉ କାମକେ ପହେଲା ଭଲ ଭାବେ ପରଖୁନ
(୨) ନିଜକେ ହାୱା ନୁ ନେ ଉଡ଼େଇ କରି ସାଧାରଣ (realistic)ବନୁନ । ନିଜର ପଢ଼ାସୁନା (qualification) ଆଉ ସିମା (limitations) କେ ଜାନୁନ ।
୩) ଇନ୍ଟରଭ୍ୟୁ ଆଘୋନୁ ସଂସ୍ଥା ସାଂଗେ ପରିଚିତ (familiar) ହଉନ ଆର ଦରକାରି କାଗଜ-ପତର (ପ୍ରମାଣ ପତର ଆଦି) ମାନେ ତିଆର ରଖୁନ ।
ଆବେଦନ ପତ୍ର (Curriculum Vitae, Resume, Biodata)
(୧) ଅର୍ଜି ଜହ ଲମ ନେ ହେବାର କଥା, ଏକା ପୁରା ହଇଥିବାର କଥା
(୨) ଆପଣକର ସବୁ ଜୋଗ୍ୟତା, ଆର ଆଗର ଚାକରି ର ଅଭିଗ୍ୟଁତା ଆର କାମର ପୁରା ବିବରଣି ଜେନ୍ତା ଜନେଇ ପାରବେ ହେଟାକେ ନଜର ନ ରଖି କରି ପଏନ୍ଟ ହିସାବେ ଲେଖୁନ
୩) ଆଉ ଅର୍ଜି ପକାବାର ସେସ ଦିନ (deadlines) କେ ବି ନେଇ ଭୁଲବେ
ଇନ୍ଟରଭ୍ୟୁ ରେ କାଣା କରବାର କଥା (Do’s)
(୧) ସଂସ୍ଥା ହିସାବେ କପଡ଼ା ପିନ୍ଧୁନ । ନେ ହେଲେ ବି ସଫା ପୁରା ସାର୍ଟ ଆର ତାହାକେ ଖାପ ଖେଲା ବାଗିର ପେନ୍ଟ ବେଭାର କରୁନ ।
(୨) ଇନ୍ଟରଭ୍ୟୁ ର ସମିଆଁ ଆଉ ଠାନ କେ ଭଲ କରି ଜାନୁନ । ୧ଠ ମିନିଟ ଆଘୋନୁ ପହଁଚିବାର ଚେସ୍ଟା କରୁନ । ଜହ ଦୁରିଆ ହେଲେ ଆଘୋନୁ ପହଁଚିକରି ସେନ ସଜେଇ ହେବାର ବେବସ୍ଥା କରୁନ ।
(୩) ସବୁ ଲୋକକୁ ଭଲ ବେଭାର କରୁନ କିଏ ଜାନିଛେ ଆପଣକର ଇନ୍ଟରଭ୍ୟୁ ଆଗର ବେଭାର ବି ଇତାର ଭାଗଟେ ହଇପାରେ ।
(୪) ଭଲ କରି ହାତ ମିଲଉନ (firm handshake), ନଜର ମିଲେଇ କରି ରଖୁନ (eye contact) ଆଉ ସାମନା ର ଲୋକ ସ୍ୱାଗତ କଲେ, ମୁହେଁ ଗହଗହ ଭାବ ରଖୁନ ।
(୫) ସାଖ୍ୟାତକାରକର୍ତା (interviewer)ର ନାଁ ଠିକସେ ସୁନୁନ ଆର ତାହାକୁ Mr. କି Mrs. ଲଗେଇ ନାଁ ନେହେଲେ ବର୍ଗ (tittle) ରେ ସମ୍ବୋଧନ କରୁନ
(୬) ସିଟରେ ସିଧା ବସୁନ ଆର eye contact ରଖୁନ
(୭) ପ୍ରସ୍ନ ବୁଝି ନେ ପାରଲେ ଆର ଥରେ ପଚରାବାର କେ କହୁନ । ପ୍ରସ୍ନ ନେ ବୁଝିକରି ଉତର ନେ ଦଉନ ।
(୮) ଭଲ ଭାସା ବେଭାର କରୁନ, ଆର କହେଲା ବେଲକେ ଉଁ, ଆହ, you know, think ଆଦି ବେଭାର ନେ କରୁନ ।
(୯) ଉତର ର ଗୁଟେ ଧାର ରଖୁନ, ମୁଲୁ ମୁଖିଆ କଥା (major point) ମଝିଁ ତାର ଉପରେଁ ବିଚାର ଆର ସେସକେ ଆପଣକର ମତାମତ ରଖୁନ ଆର ସକାରାତ୍ମକ (positive) କରୁନ ।

କାଣା ନେ କରବାର କଥା
(୧) ନିଜର ସଂସ୍ଥା କି ସାହେବ (employer) ବାବଦ ଥି ନକାରାତ୍ମକ (negative) କଥା ନେ କହୁନ
(୨) ଚାକିରି ଥିଲେ ବି ଇନ୍ଟରଭ୍ୟୁ କେ ଖାମଖିଆଲି ନେ ନଉନ
(୩) ଖାଲି ଦରମା ଉପରେ ଜୋର ନେ ଦଉନ କାମ ଉପରେ ବି କଥା ହଉନ
(୪) ଚୁଇଙ୍ଗମ ଖାଇ, ସିଗରେଟ ପି, କରି ଇନ୍ଟରଭ୍ୟୁ ନେ ଦଉନ
(୫) ଇନ୍ଟରଭ୍ୟୁ ମଝିଁ ଫୋନ କଲ ନେଉ ଉଠଉନ । ମୋବାଇଲ ବନ୍ଦ କରବାର ଟା ହିଁ ବଢ଼ିଆ
କେତେଟା ସାଧାରଣ ପ୍ରସ୍ନ
(୧) ନିଜର ବାବଦ ଥି କହୁନ ?
(୨) ଆପଣ ନିଜର ଚାକରି ଛାଡ଼ି, ଆମର ଠାନକେ କାଏଁଜେ ଆସୁଛନ?
(୩) ଆମର ସଂସ୍ଥାରେ ଆପଣ ଫିଟ ବଲି କାଏଁଜେ ଭାବୁଛନ?
(୪) ଆସବାର ପାଁଚ ବରସ ଭିତରେ ଆପଣ ନିଜକେ କେନୁ ଦେଖସନ?
(୫) ଆପଣଙ୍କର ବଫୁ (strength) କାଣା, ଦୁର୍ବଲତା (ଙ୍ଗରରଳଦ୍ଭରଗ୍ଦଗ୍ଦ) କାଣା?
ଇନ୍ଟରଭ୍ୟୁ ପରେ
(୧) ସାଖ୍ୟାତକାରକର୍ତା (ଇନ୍ଟରଭ୍ୟୁଅର) କେ ଧନ୍ୟବାଦ ଦେବାର ଟା ନେ ଭୁଲୁନ ।
(୨) ଭଲକରି ହାତ ମିଲେଇ ବିଦା ହଉନ, ଜେନ୍ତା ଆପଣ ଆର ଥରେ ଭେଟ ପଡ଼ବାର କେ ଚାହୁଁଛନ
(୩) ସେସେ, ଜଦି ଜରୁରି ବଏଲେ ଲକ୍ଟକ୍ଷକ୍ଷକ୍ଟଙ୍ଗ ଙ୍କକ୍ଟ୍ର ଜ୍ଞବସକ୍ଷ ଟେ ବି ପଠଉନ ।

Previous ArticleNext Article