Education, Home

ଆଜିବିକା

Spread the love

ଜୁଆନ ପିଲାଟେ ଜେନ୍ତା ଇସକୁଲ ସାରିକରି ଆଏସି ତାର ସାମନେ ହାଜର ହେଇଜାଏସି ଆଗକେ ପଢବାର ଲାଗି ବିସୟ ବାଛବାର ଅସବିଧା । ତାର ଲାଗି କେନଟା ଠିକ, କଲା, ବିଗ୍ୟାନ, ବନିଜ କି ଡାକ୍ତରି କି ଇଂଜିନିଅରିଂ? ଇ ଫଏସଲାଟା ତାକେ ତାର ଭବିସ୍ୟତର ଜିବିକା ଜିବନକେ ସାଁକୁର କରିଦେବା । ସେ ଖାଲି ତାର ପଢଲା ପାଠ ଅନସାରେ ସେଥି ମିଲୁଥିବାର ଚାକରି କରି ପାରବା ନ । ସେଥିର ଲାଗି ସେ ଏନ୍ତା ବିସୟ ବାଛବାର କଥା ଜେନ୍ତା କି ପଛେ ତାହାକେ ପସ୍ତାବାରକେ ନି ପଡୁଥିବାର କଥା । ବଏଲେ ଇ ବିସୟ ବାଛବାରଟା ଗୁଟେ କେତେନି ମହତ୍ୱଭରା କଥା ଆଏ ।

ଆମେ ଜେନ ଇନ ବାରଂବାର ଆଜିବିକା (career), ଆଜିବିକା ବଲି ଆଲୋଚନା କରୁଛୁଁ, ସେ ଆଜିବିକା ବଏଲେ କାଣା ଆଏ ଟିକେ ଆସୁନ ଜାନିନେମା ।
ତମେ ଗୁଟେ ନିର୍ଦ୍ଦିସ୍ଟ ପାଠ ପଢିସାରଲା ପରେ ଗୁଟେ କାମ/ଧନ୍ଦା କରବ । ସେହି କାମର ଅଭିଗ୍ୟଁତା ସାଂଗେ ସାଂଗେ ବଢି ବଢି ତମକୁ ସେ କାମ/ଧନ୍ଦାର ଭିନେ ଭିନେ ପଉଁଚନେ ଭିନେ ଭିନେ କାମ କରବାରକେ ପଡବା ।

ଆଜିବିକା ଜୋଜନା (career planning)

ଆଜିବିକା ଜୋଜନା ବଏଲେ ସେ ପ୍ରକିୟା ଜେନ କି ତମେ ନିଜର ଆଦର୍ସର ସଠିକ କେରିଅର ବାଛସ ନିଜର ପଢା, ନିଜର ପ୍ରାକୃତିକ ଦଖ୍ୟତା, କାର୍ଜ୍ୟ ପ୍ରାଥମିକତା, ବ୍ୟକ୍ତିଗତ ବୈସିସ୍ଟ୍ୟ, ଆର ତମର କାମ କରବାର ତରିକାନୁ ହାସିଲ କରିଥିବାର ଗୁଣ, ଆତ୍ମ ବିସ୍ୱାସ, ମନୋବୃତି, କାମ ସାଂଗେ ଖାପ ଖୁଆବାର ଆଦି ।

ଆଜିବିକା ଜୋଜନା ପ୍ରକ୍ରିୟା (career planning procedure)

୧ ) ପହେଲା କଥା ହଉଛେ ତମକୁ ନିଜର ପ୍ରାଥମିକ ପ୍ରାକୃତିକ ଦଖ୍ୟତା, ବ୍ୟକ୍ତିଗତ ବୈସିସ୍ଟ୍ୟ ଆର ଇଚ୍ଛା ଜାନବାରକେ ପଡବା । ମାନସିକ ଅସୁବିଧା ଜେନଟାମାନେ ବାଟ ଛେଁକୁଛନ ।
୨) ଦୁଇରେ ତମେ ନିଜକେ ଠିକସେ ଜାନିସାରଲା ପରେ ନିଜର ଠାନେ କାଣା କାଣା ସୁଜୋଗ ଅଛେ, କେନ କେନ କାମର ଲାଗି ଖାପ ଖେଇପାରବ, ବିଚାର କର । ଇ ବେଲକେ ତମେ କେତେଟା କଥା ମୁଡେ ରଖିଥିବ-
• କାମ କରବାର ମାହୋଲ ଆର ସର୍ତ
• ଟ୍ରେନିଂ ଆର ଜୋଗ୍ୟତା
• ରୋଜଗାରର ଭବିସ୍ୟତ
• ପାରିସ୍ରମିକ ଆଦି
୩) ଫଏସଲା ବେଲକେ ନିଜର ନୁ ବଡମାନକର ସାଂଗେ ବସିକରି କି ଜାହାର ସେ ବାବଦରେ ଅଭିଗ୍ୟଁତା ଥିବା ତାର ନୁ ଆଗ ପଛ ବୁଝା ବିଚରା କରି କରି ଫଏସଲା କର ।
୪) ଇହାଦେ ତମର ଫଏସଲାକେ କାର୍ଜ୍ୟକାରି କରବାର ଅଛେ । କେତେଟା ମହତ୍ୱଭରା ତଥ୍ୟ ଜେନଟାକି ଇ ଫଏସଲା ନେବାରଥି ସାହାପକ ହେବେ ସେଟାମାନକୁ ବୁଝବାରକେ ପଡବା । ନିଜର ପ୍ରାକୃତିକ ଦଖ୍ୟତା ର ଭୁମିକା (Role of Aptitudes), ହାସିଲ କରବାର ଜରୁରି (Need to Achieve), ବ୍ୟକ୍ତିତ୍ୱ (personality), ଆତ୍ମ ବିସ୍ୱାସ (self confidence), ଖାପ ଖୁଆବାର (adjustment), ଭାବନାତ୍ମକ ବିଚଖ୍ୟଣ (Emotional Intelligence), ମାନସିକ ବାଧା (Psychological Hurdles)

ପ୍ରାକୃତିକ ଦଖ୍ୟତା (Aptitudes) ତୟ କରବା ତମେ କେନ ପ୍ରକାର କାମମାନେ କରିପାରବ ।

ବ୍ୟକ୍ତିଗତ ବୈସିସ୍ଟ୍ୟ (Personality Traits) ବ୍ୟକ୍ତିଗତ ବୈସିସ୍ଟ୍ୟ ବି ତମର କେରିଅର ଫଏସଲା କଲାବେଲକେ ଗୁଟେ ବଡ ଭୁମିକା ନିଭାସି । ତମେ ମାନସିକ ସ୍ତରରେ ସେ କାମ ଲାଗି ଲାଏକ ଅ କି ନେଇସେ ଜନା ପଡସି ।

ଆତ୍ମ ବିସ୍ୱାସ (Self-confidence) ର ଅଭାବରେ ଅସଫଲ ହେବାରଟା ସାଧାରଣ କଥା । ତମେ ଭଲ ପଢାଲିଖା କର କି ବଢିଆ ମାର୍କା ଆନ କାମ ନି ଦିଏ ।

ଖାପ ଖୁଆବାର (Adjustment) ସ୍ତର, ଭଲ, ଗୁରଦୁ ଭଲ, ଅତି ଭଲ କି ଖରାପ, ତମର ମାନସିକ, ସାମାଜିକ, ଆର ପଢାପଢି ଖେତ୍ରକେ ସରଲ କରିଦେଇପାରେ ନେହେଲେ ବାଧା ବି ଉପଜେଇ ପାରେ । ତମେ ଜଦି ଭିନେ ଭିନେ ଥିତିରେ ନିଜକେ ଖାପ ଖୁଏଇ ପାରବ ବଏଲେ ତମେ ବେସି ଦିନ ତିସ୍ଟି ପାରବ ।

ମାନସିକ ବାଧା (Psychological Hurdles) ମାନକର ଭିତରୁ ମୁଖିଆ ହଉଛନ, ପ୍ରାକୃତିକ ଦଖ୍ୟତା ସମଂଧିୟ ଗ୍ୟାନର ଅଭାବ, ଧ୍ୟାନ ର ଅଭାବ, ଉଦାସ ମନୋଭାବ, ପ୍ରେରଣାର ଅଭାବ, ଉଖଲା ସ୍ୱଭାବ, ହିନ ଭାବନା ଆଦି ।

ମୌକା (chance) – ଘାଏ ଘାଏ ଇ ସବୁ ପ୍ରସ୍ତୁତି ଭୁଲ ବି ହେଇଜାଏସି । ଆୟତ ବାହାର୍ନିଆ ପ୍ରାକୃତିକ ପରିସ୍ଥିତି ଜେନ୍ତା ଜୁଦ୍ଦ, ବନ୍ୟା କି ଅଚାନକ କେନସି ନୁଆଁ ତକନିକି ବିକାସ ତମର ପ୍ରସ୍ତୁତିକେ ବାଧା ବି ଦେଇପାରେ ।

ମୁଟା ମୁଟି ଭାବେ କହେବାରକେ ଗଲେ ଆଜିବିକା ପ୍ରସ୍ତୁତି ବେଲକେ ଭଲସେ ବିସ୍ଲେସଣ କରବାର ଜରୁରି ଆଏ । ତମର ମାନସିକ, ସାରିରିକ ତାକତକେ ପରଖି ନିଅ, ନିଜର ଇଚ୍ଛାକେ ଜାନି ନିଅ ଆର ନିଜର ଆର୍ଥିକ ସ୍ଥିତିକେ ବି ନେଇଁ ପାସିରବ (ଅବସ୍ୟ ଇହାଦେ ବେଂକମାନେ ସହଜୋଗ କରବାରକେ ଆଗକେ ଆସଲେ ନ) । ଆର ଫେର ସବୁ ବୁଝି ସାରଲା ପରେ ଜାହା ଠିକ ଲାଗୁଛେ ସେ ପାଠ ପଢ । ତମର ଦଖ୍ୟତା ତମର ସଫଲତାର ସିମା ତୟ କରବା ।

Previous ArticleNext Article